କନକ ବ୍ୟୁରୋ: ଫଟାଫଟ କ୍ରିକେଟ ଆଇପିଏଲ-୨୦୨୨ ପାଇଁ କେଉଁ ଖେଳାଳିଙ୍କୁ କିଏ କିଣିବ ? କାହାର ନିଲାମ ମୂଲ୍ୟ ସବୁଠାରୁ ଅଧିକ ହେବ? ଆଇପିଏଲ ନିଲାମ ଆରମ୍ଭ ହେବା ପରେ ଏହା ଉପରେ ରହିଥିଲା ସମସ୍ତଙ୍କ ନଜର । ନିଲାମିର ପ୍ରଥମ ଦିନରେ ଧୁଆଁଧାର ବ୍ୟାଟ୍ସମ୍ୟାନ ଇଷାନ କିସାନଙ୍କୁ ସର୍ବାଧିକ ୧୫ କୋଟି ୨୫ଲକ୍ଷ ଟଙ୍କାରେ କିଣିଛି ନିତା ଅମ୍ବାନୀଙ୍କ ମୁମ୍ବାଇ ଇଣ୍ଡିଆନ୍ସ । କିନ୍ତୁ, ସୁରେଶ ରୈନା, ଷ୍ଟିଭ୍ ସ୍ମିଥ୍ ଓ ଡାଭିଡ ମିଲରଙ୍କ ଭଳି କିଛି ବଡ ନାଁକୁ ଏଥର ମାଲିକ ମିଳି ନାହାଁନ୍ତି ।

Advertisment

ଆରମ୍ଭ ହୋଇଛି ଆଇପିଏଲ ନିଲାମି । ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ସବୁଠୁ ଦାମି ଖେଳାଳି ଭାବେ ବିକ୍ରି ହୋଇଛନ୍ତି ଶେୟସ ଆୟର । ଫଟାଫଟ କ୍ରିକେଟର ସବୁଠୁ ବଡ଼ ବ୍ରାଣ୍ଡ ପାଲଟିଥିବା ଆଇପିଏଲ ୨୦୨୨ ପାଇଁ ନିଲାମ ଉପରେ, ଖାଲି ଖେଳାଳି ନୁହଁନ୍ତି, ବରଂ କ୍ରୀଡ଼ାପ୍ରେମୀ, ବ୍ୟବସାୟ ଜଗତର ମଧ୍ୟ ନଜର ଅଟକିଥିଲା  । କେଉଁ ଖେଳାଳିଙ୍କ ରହିବ ସବୁଠୁ ଅଧିକ କ୍ରେଜ୍, ଆଉ ସବୁଠୁ ଅଧିକ ମୂଲ୍ୟରେ କିଏ ନିଲାମ ହେବ ଏହାକୁ ନେଇ ବେଶ୍ ଚର୍ଚ୍ଚା ବି ଜୋର ଧରିଥିଲା  ।

ନିଲାମରେ ଏଥର ସବୁଠୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଇସାନ କିସାନ  । ନିଜର ଧୂଆଁଧାର ବ୍ୟାଟିଂ ପାଇଁ ପ୍ରସିଦ୍ଧ ଇଶାନଙ୍କ ପାଇଁ ପର୍ସ ଖୋଲି ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ  । ବିପକ୍ଷ ଦଳର କଡ଼ା ଟକ୍କର ସତ୍ୱେ ୧୫ କୋଟି ୨୫ ଲକ୍ଷ ଟଙ୍କାରେ ଇସାନଙ୍କୁ କିଣିଥିଲା ନୀତା ଅମ୍ବାନୀଙ୍କ ଦଳ  । ସେହିପରି ଦୀପକ ଚହରଙ୍କୁ ୧୪ କୋଟିରେ ଚେନ୍ନାଇ ଓ ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ । ହର୍ଷଲ ପଟେଲଙ୍କୁ ନିଜ ଦଳରେ ସାମିଲ କରିବାକୁ ୧୦ କୋଟି ୭୫ ଲକ୍ଷ ଖର୍ଚ୍ଚ କରିଛି  । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୱନିନ୍ଦୁ ହସରଙ୍ଗା ମଧ୍ୟ ୧୦ କୋଟି ୭୫ ଲକ୍ଷରେ ଆରସିବି କିଣିଥିବା ବେଳେ  ନିକୋଲାସ୍ ପୂରଣଙ୍କୁ ସମାନ ଅର୍ଥରେ କିଣିଛି ହାଇଦ୍ରାବାଦ  ।  କାଗିସୋ ରାବାଡ଼ାଙ୍କୁ ୯ କୋଟି ୨୫ ଲକ୍ଷରେ କିଣିଛି ପଂଜାବ  ।

  • ଇଷାନ କିସାନ               ମୁମ୍ବାଇ               ୧୫.୨୫ କୋଟି 
  • ଦୀପକ ଚହର                ଚେନ୍ନାଇ              ୧୪ କୋଟି
  • ଶ୍ରେୟସ ଆୟର             କୋଲାକାତା        ୧୨.୨୫ କୋଟି
  • ୱନିନ୍ଦୋ ହରସଙ୍ଗା          ବେଙ୍ଗାଲୁରୁ          ୧୦.୭୫ କୋଟି
  • ହର୍ଷଦ ପଟେଲ               ବେଙ୍ଗାଲୁରୁ          ୧୦.୭୫ କୋଟି
  • ନିକୋଲାସ୍ ପୂରଣ           ହାଇଦ୍ରାବାଦ         ୧୦.୭୫ କୋଟି

ଏଥର ଆଇପିଏଲ ନିଲାମରେ ବଡ଼ ବଡ଼ ଖେଳାଳିଙ୍କ ଦଳ ବଦଳ ହୋଇଛି  । ପୂର୍ବରୁ ଦିଲ୍ଲୀ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳି ସାରିଥିବା ଶ୍ରେୟସ ଆୟରଙ୍କୁ ହାତେଇ ନେଇଛି ଶାହାରୁଖ ଖାନଙ୍କ କେକେଆର  । ସେହିପରି ଦିଲ୍ଲୀର ଶିଖର ଧୱନ ପଞ୍ଜାବ କିଙ୍ଗସରେ ସାମିଲ ହୋଇଛନ୍ତି  । ଅନ୍ୟପଟେ ରବିଚନ୍ଦ୍ରନ ଅଶ୍ୱିନୀ ପଞ୍ଜାବରୁ ରାଜସ୍ଥାନକୁ ସିଫ୍ଟ ହୋଇଛନ୍ତି  । ଫାଫ ଡୁପ୍ଲେସି ଚେନ୍ନାଇ ଦଳରୁ ବେଙ୍ଗାଲୁରୁକୁ ଯାଇଛନ୍ତି  । ହାଇଦ୍ରାବାଦ ଦଳ ଛାଡ଼ିଥିବା ଡାଭିଡ ୱାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲରେ ସାମିଲ ହୋଇଛନ୍ତି  । ଅନ୍ୟପଟେ ଆଇପିଏଲ କ୍ରିକେଟର କିଛି ବଡ଼ ନାଁଙ୍କୁ ଏଥର ମାଲିକ ମିଳି ନାହାନ୍ତି  । ମିଷ୍ଟର ଆଇପିଏଲ କୁହାଯାଉଥିବା ସୁରେଶ ରୈନା, ଷ୍ଟିଭ୍ ସ୍ମିଥ୍ ଓ ଡାଭିଡ ମିଲରଙ୍କୁ ନିଲାମରେ କୌଣସି ଦଳ କିଣି ନାହିଁ