ଆଜିଠୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ଏକାଦଶ ସଂସ୍କରଣ ! ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ପ୍ରଥମ ମ୍ୟାଚ୍

ଆଜିଠୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ଏକାଦଶ ସଂସ୍କରଣ ! ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ପ୍ରଥମ ମ୍ୟାଚ୍

Source:IPLT20.com

କନକ ବ୍ୟୁରୋ: ଆଜି ଠାରୁ ପୁଣି ଫଟାଫଟ କ୍ରିକେଟର ମଜା । ଆଜି ଠାରୁ ଏକାଦଶତମ ଆଇପିଏଲର ମୁକାବିଲା ଆରମ୍ଭ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ଦଳ ଚେନ୍ନେଇ ସୁପର କିଂଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପର କିଂଗସ୍ ନିଜର ପୁରୁଣା ଜଲୱା ଦେଖାଇବାକୁ ପ୍ରୟାସ କରିବ । ସେପଟେ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନସିପ୍ ସମ୍ଭାଳୁଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଂଗସର ଅଧିନାୟକ ଅଛନ୍ତି । ଏପ୍ରିଲ ୭ରୁ ମେ’ ୨୭ ତାରିଖ ପର୍ଯ୍ୟନ୍ତ ୭ ସପ୍ତାହ ଧରି ଖେଳାଯିବ ଏକାଦଶତମ ଆଇପିଏଲ୍ । ମୋଟ୍ ୮ଟି ଦଳ ଏଥିରେ ଭାଗ ନେଉଛନ୍ତି । ନିଲମ୍ବନରୁ ଚେନ୍ନୋଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ଫେରିଥିବା ବେଳେ ଗତଥରର ରନର୍ସଅପ୍ ପୁନେ ସୁପରଜିଆଂଟ ଓ ଗୁଜୁରାଟ ଲାୟନ୍ସ ଆଇପିଏଲରୁ ବିଦା ହୋଇଛନ୍ତି । ଏକାଦଶତମ ଆଇପିଏଲରେ ୫୧ ଦିନ ମଧ୍ୟରେ ମୋଟ୍ ୬୦ଟି ମ୍ୟାଚ୍ ଖେଳାଯିବ ।

ମୁମ୍ବାଇ ଇଣ୍ଡିଆନସ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମରା, ହାର୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ମୁସ୍ତାଫିଜୁର ରହମାନ୍, ପ୍ୟାଟ୍ କମିନ୍ସ, ସୂର୍ୟ୍ୟକୁମାର ଯାଦବ, କୃନାଲ ପାଣ୍ଡ୍ୟା, ଈଶାନ କିଷନ୍, ରାହୁଲ ଚହର, ଏଭିନ୍ ଲୁଇସ, ସୌରଭ ତିଓ୍ଵାରୀ, ବେନ୍ କଟିଂ, ପ୍ରଦୀପ ସାଙ୍ଗଓ୍ଵାନ, ଜିନ୍ ପଲ୍ ଡୁମିନି, ତାଜିନ୍ଦର ସିଂହ, ଶରଦ ଲୁମ୍ବା, ସିଦ୍ଦେଶ ଲାଡ଼୍, ଆଦିତ୍ୟ ତାରେ, ମୟଙ୍କ ମରଖାଣ୍ଡେ, ଅଖିଳ ଧନଞ୍ଜୟ, ଅନୁକୂଳ ରୟ, ମୋହସିନ ଖାନ୍, ମହମ୍ମଦ ନିଧେଶ, ମିଚେଲ୍ ମ୍ୟାକ୍ଲିନାଘନ।

ଚେନ୍ନାଇ ସୁପର୍ କିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ରବୀନ୍ଦ୍ର ଜାଦେଜା, ଫାପ ଡୁ ପ୍ଳେସିସ୍, ହରଭଜନ ସିଂହ, ଡ୍ଵାନ୍ ବ୍ରାଭୋ, ସେନ୍ ଓ୍ଵାଟ୍ସନ୍, କେଦାର ଯାଦବ, ଅମ୍ବାତି ରାୟୁଡୁ, ଦୀପକ ଚହର, କେଏମ୍ ଅସିଫ୍, କନିଷ୍କ ସେଠ୍, ଲୁଙ୍ଗି ଏନଗିଡ଼ି, ଧୃବ ସୋରେ, ମୁରଲୀ ବିଜୟ, ସାମ୍ ବିଲିଙ୍ଗ୍ସ, ମାର୍କ ଉଡ୍, କ୍ଷୀତୀଜ୍ ଶର୍ମା, ମୋନୁ କୁମାର, ଚୈତନ୍ୟ ବିଷ୍ଣୋଇ, ଇମ୍ରାନ୍ ତାହିର୍, କର୍ନ ଶର୍ମା, ସାର୍ଦୁଲ ଠାକୁର, ଏନ୍ ଜଗଦୀଶାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe