ଆଇପିଏଲରେ ସାମିଲ ହେଲା ଆଉ ଦୁଇଟି ନୂଆ ଟିମ୍ : ଲକ୍ଷ୍ନୌକୁ ନେଲା ଗୋଏଙ୍କା ଗ୍ରୁପ,କଟକ ବଞ୍ଚିତ

Advertisment
ଆଇପିଏଲରେ ସାମିଲ ହେଲା ଆଉ ଦୁଇଟି ନୂଆ ଟିମ୍ : ଲକ୍ଷ୍ନୌକୁ ନେଲା ଗୋଏଙ୍କା ଗ୍ରୁପ,କଟକ ବଞ୍ଚିତ

କନକ ବ୍ୟୁରୋ : ଆଇପିଏଲରେ ସାମିଲ ହେଲା ଦୁଇଟି ନୂଆ ଦଳ । ଲକ୍ଷ୍ନୌ ଓ ଅହମଦାବାଦ ହେଲା ଆଇପିଏଲର ଦୁଇଟି ନୂଆ ଟିମ୍ । ଏବେ ଆଇପିଏଲରେ ଦଳ ସଂଖ୍ୟା ୮ରୁ ବୃଦ୍ଧି ପାଇ ୧୦ରେ ପହଁଚିଛି । ଇଟି ନୂଆ ଦଳ ପାଇଁ ୬ଟି ସହରକୁ ବଛା ଯାଇଥିଲା ବେଳେ ସେଥିପାଇଁ ୨୨ ଜଣ ବିଡ୍‌ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ଆର‌୍‌ପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ୭୦୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ ଏବ˚ ସିଭିସି କ୍ୟାପିଟାଲ ୫୨୦୦ କୋଟି ଟଙ୍କା ମୂଲ୍ୟରେ ଅହମଦାବାଦକୁ କିଣିଛନ୍ତି ।

ଆଇପିଏଲ୍‌ ନୂଆ ଦଳ ବିଡ୍‌ ପ୍ରକ୍ରିୟାରେ ଅନେକ ବଡ଼ବଡ଼ କମ୍ପାନିକୁ ଏହି ଦୁଇ ସ˚ସ୍ଥା ପଛରେ ପକାଇଦେଇଛନ୍ତି । ଆଦାନି ଗ୍ରୁପ୍‌, ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ଅରବିନ୍ଦ ଫାର୍ମା, ଟରେଣ୍ଟ ଫାର୍ମା, ଲାନ୍ସର କ୍ୟାପିଟାଲ ପ୍ରମୁଖ ନୂଆ ସହର ପାଇଁ ସର୍ବାଧିକ ବିଡ୍‌ ଦାଖଲ କରିଥିଲେ ସୁଦ୍ଧା ସଞ୍ଜୀବ ଗୋଏଙ୍କା ଓ ସିଭିସିଠୁ ପଛରେ ପଡ଼ିଯାଇଥିଲେ । ବିସିସିଆଇ ପକ୍ଷରୁ ଧାର୍ଯ୍ୟ ମୂଳ ଦର ୨ ହଜାର କୋଟିଠୁ ଗୋଏଙ୍କା ଗ୍ରୁପ୍‌ ପାଖାପାଖି ୨୫୦ ପ୍ରତିଶତ ଅଧିକ ଦରରେ ଦଳ କିଣିଥିଲା ବେଳେ ସିଭିସି ପ୍ରାୟ ୧୬୦ ପ୍ରତିଶତ ଅଧିକ ମୂଲ୍ୟରେ ମାଲିକାନା ହାସଲ କରିଛି । ଉଭୟ ଦଳ ସେମାନଙ୍କର କ୍ରୟ ମୂଲ୍ୟକୁ ଆସନ୍ତା ୧୦ ବର୍ଷ ମଧ୍ୟରେ ବିସିସିଆକୁ ପ୍ରଦାନ କରିବେ ।ଆଦାନି ଗ୍ରୁପ୍‌, ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ଅରବିନ୍ଦ ଫାର୍ମା, ଟରେଣ୍ଟ ଫାର୍ମା, ଲାନ୍ସର କ୍ୟାପିଟାଲ ପ୍ରମୁଖ ନୂଆ ସହର ପାଇଁ ସର୍ବାଧିକ ବିଡ୍‌ ଦାଖଲ କରିଥିଲେ ସୁଦ୍ଧା ସଞ୍ଜୀବ ଗୋଏଙ୍କା ଓ ସିଭିସିଠୁ ପଛରେ ପଡ଼ିଯାଇଥିଲେ ।

ତେବେ ଆଇପିଏଲ ନୂଆ ଦଳ ଦୌଡ଼ରୁ ବାଦ ପଡ଼ିଛି କଟକ । ଦୁଇଟି ନୂଆ ସହର ପାଇଁ ହୋଇଥିବା ବିଡି˚ରେ ଅହମଦାବାଦ ଓ ଲକ୍ଷ୍ନୌ ବିଜୟୀ ହେବା ପରେ ଅନ୍ୟ ୪ ସହର ଇନ୍ଦୋର, ଗୁଆହାଟୀ, ପୁଣେ, ଧର୍ମଶାଳା ଓ କଟକ ଆଶା ପୁଣି ମଉଳିଯାଇଛି। କଟକ ପାଇଁ ଜିନ୍ଦଲ ଷ୍ଟିଲ୍‌ ଆଣ୍ତ ପାଵାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ବିଡ୍‌ ପେପର କିଣିଥିଲା ବେଳେ ରାଜ୍ୟ ସରକାରଙ୍କ ସହଯୋଗ ଆଶାରେ ଥିଲା । କିନ୍ତୁ ବିଡି˚ରେ ଜିନ୍ଦଲ ବହୁ ପଛରେ ପଡ଼ିଯିବାରୁ କଟକକୁ ଆଇପିଏଲ୍‌ ଦଳ କରାଯିବା ସ୍ବପ୍ନ ସ୍ବପ୍ନରେ ରହିଯାଇଛି ।

ଫଳରେ କଟକକୁ ତୃତୀୟ ଥର ପାଇଁ ଆଇପିଏଲ୍‌ ସହର ଭାବେ ଚୟନ କରାଯାଇଥିଲା ବେଳେ ଏହି ସହର ଭାଗ୍ୟ ଫିଟିପାରିନାହିଁ । ଏଥିପୂର୍ବରୁ ୨୦୧୦ ମସିହାରେ ଚୟନ କରାଯାଇଥିବା ୧୨ଟି ସହର ମଧ୍ୟରେ କଟକ ସ୍ଥାନ ପାଇଥିଲା ବେଳେ ପୁଣେ ଓ କୋଚି ସହର ବିଡି˚ରେ ବିଜୟୀ ହୋଇଥିଲେ । ପରେ ୨୦୧୫ରେ ଚେନ୍ନାଇ ଓ ରାଜସ୍ଥାନ ଦଳକୁ ନିଲମ୍ବିତ କରାଯିବାରୁ ନୂଆ ୨ ଦଳ ପାଇଁ ୧୦ଟି ସହରକୁ ନେଇ ବିଡି˚ ହୋଇଥିଲା । ସେଥିରେ ମଧ୍ୟ କଟକ ସ୍ଥାନ ପାଇଥିଲେ ମଧ୍ୟ କୌଣସି ସ˚ସ୍ଥା କଟକ ପାଇଁ ଆଗ୍ରହ ଦେଖାଇନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe