କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ମେଗା ଅକ୍ସନ ପୂର୍ବରୁ ମୁମ୍ବାଇରେ ହେଇଛି ୧୦ଟି ଟିମର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଉ ଏହି ବୈଠକରେ ଗୋଟିଏ କଥାକୁ ନେଇ ଟିମ୍ ମାଲିକଙ୍କ ଭିତରେ ଆଲୋଚନା ହେଇଛି । ଯେଉଁ ବିଦେଶୀ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅଚାନକ ଲିଗରୁ ଓହରି ଯାଉଛନ୍ତି , ସେମାନଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିମ୍ ମାଲିକମାନେ ଦାବି କରିଛନ୍ତି ।
ରିପୋର୍ଟ ମୁତାବକ, ଆଇପିଏଲ ଟିମର ମାଲିକମାନେ ଏହିଭଳି ଅଚାନକ ଲିଗରୁ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ଉପରେ ଦୁଇ ବର୍ଷର ବ୍ୟାନ୍ ଲଗାଇବାକୁ ଦାବି କରିଛନ୍ତି । ଏହାସହ ସହ ବିଦେଶୀ ଖେଳାଳିମାନେ ଅକ୍ସନ ପାଇଁ ନାମ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରିବାକୁ ଦାବି ହେଇଛି ।
ସୂଚନାଯୋଗ୍ୟ ଯେ, ଅନେକ ସମୟରେ କିଛି ବିଦେଶୀ ଖେଳାଳି ଅଚାନକ ବିନା କୌଣସି କାରଣରେ ଲିଗରୁ ଓହରିଯାଇଥାନ୍ତି । ଯାହାଫଳରେ ଏହାର ପ୍ରଭାବ ଦଳ ଉପରେ ପଡିଥାଏ । ଖାସ୍ କରି ଦଳର ରଣନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ତେଣୁ ଏହିଭଳି ଖେଳାଳିଙ୍କ ବିରୋଧରେ ଆକ୍ସନ ନେବାକୁ ଦଳର ମାଲିକମାନେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/08/36.jpg)