ଆଜି ଆଇପିଏଲ ଫାଇନାଲ: ମହାମୁକାବିଲା ମୁହାଁମୁହିଁ ହେବେ ଚେନ୍ନାଇ-କୋଲକାତା । କିଏ ହାତେଇବ ଟ୍ରଫି?

303

କନକ ବ୍ୟୁରୋ: ଆଜି ଆଇପିଏଲ ଫାଇନାଲ ମୁକାବିଲା । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଚଳିତ ଆଇପିଏଲର ଦୁଇ ଶକ୍ତିଶାଳୀ ଦଳ ଆଜି ମୁହାଁମୁହିଁ ହେବେ । ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ତେବେ ୨୦୨୧ର ଟାଇଟଲ କିଏ ହାତେଇବ ତାହା କେବଳ ଦେଖିବା ବାକି ରହିଲା ।

ଚଳିତ ଆଇପିଏଲରେ ଚେନ୍ନାଇ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା । ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ସେହିପରି ଦିଲ୍ଲୀ ଦୁବାଇ ମ୍ୟାଚ ପୂର୍ବରୁ ଖରାପ ସ୍ଥିତିରେ ରହିଥିଲା । ହେଲେ ଦୁବାଇରେ ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଥିଲା । ପ୍ଲେ ଅଫରେ ପ୍ରଥମେ ବାଙ୍ଗାଲୋର ଓ ପରେ ଦିଲ୍ଲୀକୁ ହରାଇ ଏବେ ଫାଇନାଲରେ ପ୍ରବେଶ କରିଛି ।

ଯଦି ଦିଲ୍ଲୀ ଓ ଚେନ୍ନାଇର ରେକର୍ଡ ଦେଖିବା ଚେନ୍ନାଇର ପଲ୍ଲା ଭାରି ରହିଛି । ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ୮ଟି ମ୍ୟାଚରେ ବିଜୟୀ ହୋଇଛି । ହେଲେ ଫାଇନାଲ ରେକର୍ଡ କିଛି ଅଲଗା କହୁଛି । କାରଣ ୨୦୨୧ରେ କୋଲକାତା ଚେନ୍ନାଇକୁ ଫାଇନାଲ ମ୍ୟାଚରେ ହରାଇ ଚାମ୍ପିୟନ ହୋଇଥିଲା । ହେଲେ ଚେନ୍ନାଇ କେବେ ବି ଫାଇନାଲରେ କୋଲକାତାକୁ ପରାସ୍ତ କରିନାହିଁ ।

ଚଳିତ ଆଇପିଏଲରେ କିନ୍ତୁ ଚେନ୍ନାଇ ଆଗରେ ରହିଛି । ଏହି ଆଇପିଏଲରେ ଦୁଇଥର ମୁହାଁମୁହିଁ ହୋଇଥିବା ମ୍ୟାଚରେ ଚେନ୍ନାଇ ଦୁଇ ଥର ବିଜୟ ଲାଭ କରିଛି । ତେବେ ଫର୍ମକୁ ଫେରିଥିବା କୋଲକାତା କିନ୍ତୁ ଏଥର ବଦଲା ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ କିନ୍ତୁ ତାର ଚତୁର୍ଥ ଟ୍ରଫି ଲକ୍ଷ୍ୟ ରହିଛି ।