ଚେନ୍ନାଇ ଚାମ୍ପିୟନ ହେଉ ଅବା କୋଲକାତା, ଫାଇନାଲରେ ହେବାକୁ ଯାଉଛି ଏହି ରେକର୍ଡ…

259

କନକ ବ୍ୟୁରୋ: ବିଶ୍ୱର ସୁବୁଠୁ ଧନୀ କ୍ରିକେଟ ଲିଗର ଆଜି ଫାଇନାଲ ମ୍ୟାଚ୍ । ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ । ଦୁଇ ଦଳ ପୂର୍ବରୁ ମଧ୍ୟ ଆଇପିଏଲ୍ ଟ୍ରଫି ହାତେଇ ସାରିଛନ୍ତି ହେଲେ ପୁଣିଥରେ ଟ୍ରଫି ଜିତିବାକୁ ଦୁଇ ଦଳ ଆଜି ପଡିଆକୁ ଓହ୍ଲାଇବେ । ହେଲେ ଏହି ମ୍ୟାଚରେ ଏବେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିବ ।

ଚଳିତ ଆଇପିଏଲରେ ଏହି ଦୁଇ ଦଳ ଭିତରେ ଯେକୌଣସି ଦଳ ବିଜୟୀ ହେଲେ ମଧ୍ୟ ଜଣେ ବିଶ୍ୱକପ୍ ବିଜୟୀ ଅଧିନାୟକ ଏହି ଫାଇନାଲ ମ୍ୟାଚ୍ ଜିତିବେ । କାହିଁକି ନା ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନୀ ଭାରତର ଅଧିନାୟକ ରହି ଦଳକୁ ବିଶ୍ୱକପ୍ ବିଜୟୀ କରିଥିଲେ । ସେହିପରି ଗତ ବିଶ୍ୱକପ ବିଜେତା ଇଂଲଣ୍ଡ ଦଳର ଅଧିନାୟକ ରହିଥିଲେ ଇଆନ୍ ମୋର୍ଗାନ । ଯିଏକି ଏବେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରହିଛନ୍ତି । ଯାହାକି ଏକ ଅଦ୍ଭୁତ ପ୍ରକାରର ସଂଯୋଗ ।

ସେହିପରି ଚଳିତ ଥର ଦୁଇ ଦଳ ଭିତରୁ ଯେକୌଣସି ଦଳ ଚାମ୍ପିୟନ ହେଲେ ମଧ୍ୟ ଜଣେ ନ୍ୟୁଜିଲାଣ୍ଡର ଖେଳାଳି ମୁଖ୍ୟ କୋଚ ଭାବେ ଆଇପିଏଲ୍ ଟ୍ରଫି ହାତେଇବେ । ଚେନ୍ନାଇ ଦଳର ମୁଖ୍ୟ କୋଚ ଏବେ ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ଷ୍ଟିଫେନ୍ ଫ୍ଲେମିଂ ଅଛନ୍ତି, ସେହିପରି କେକେଆର ଦଳର ଅଧିନାୟକ ଅଛନ୍ତି ବ୍ରେଣ୍ଡନ ମ୍ୟାକୁଲମ । ତେଣୁ ଆଜି ଯେଉ ଦଳ ବିଜୟୀ ହେଲେ ବି ନ୍ୟୁଜିଲାଣ୍ଡର ଖେଳାଳି ମୁଖ୍ୟ କୋଚ୍ ଥିବା ଦଳ ହିଁ ବିଜୟୀ ହେବ । ଏହାକୁ ଏକ ପ୍ରକାରର ସଂଯୋଗ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଉଭୟ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ପୂର୍ବରୁ ଆଇପିଏଲ୍ ଟ୍ରଫି ଜିତିସାରିଛନ୍ତି । କୋଲକାତା ୨୦୧୨ ଓ ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ଚେନ୍ନାଇ ମଧ୍ୟ ପୂର୍ବରୁ ୩ ଥର ଆଇପିଏଲ୍ ବିଜେତା ହୋଇସାରିଛି ।