ଚେନ୍ନାଇ ସୁପର୍ କିଙ୍ଗସ୍ ବିଜୟରେ ନାଚିଲେ ବଚ୍ଚା ପାର୍ଟି ! ଡାଡିଙ୍କ ସହ କଲେ ମସ୍ତି ।

57

କିଛି ଦିନ ଧରି କ୍ରୀଡାପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଥିବା ଆଇପିଏଲ୍ କ୍ରିକେଟ୍ ମ୍ୟାଚର ଫାଇନାଲ୍ ରାଉଣ୍ଡରେ ହାଇଦ୍ରାବାଦକୁ ୮ ୱିକେଟ୍ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ବିଜୟର ମୁକୁଟ ପିନ୍ଧିଥିଲା । ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପଟେନ୍ସିରେ ୨୦୧୦ ଏବଂ ୧୦୧୧ ରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍ ବିଜୟର ମୁକୁଟ ପିନ୍ଧିଥିଲା । ୨ ବର୍ଷ ପରେ ପୁନର୍ବାର ଆଇପିଏଲ୍ ସିଜନ୍-୧୧ ର ଟ୍ରଫି ଜିତିଥିବା ଏହି ଟିମର ଖୁସି ଏବେ କହିଲେ ନସରେ । ତେବେ ଏହି ବିଜୟରେ ଦଳର ଖେଳାଳୀ ଯେତେ ଖୁସି ଥିଲେ ଖେଳାଳୀଙ୍କ ଶିଶୁଙ୍କୁ ମଧ୍ୟ ସେତେ ଉତ୍ସାହର ସହ ଦେଖିବାକୁ ମିଳିଥିଲା । ମହେନ୍ଦ୍ରା ସିଂହ ଧୋନି, ସୁରେଶ ରାଇନା,ହରଭଜନ୍ ସିଂହ ସମେତ ଅନ୍ୟ କେତେକ ଖେଳାଳୀ ନିଜ ଛୁଆଙ୍କୁ ନେଇ ମଇଦାନରେ ଓହ୍ଲାଇଥିଲେ ଏବଂ ପିଲାମାନେ ମଧ୍ୟ ପିତାଙ୍କ ଖୁସିରେ ନାଚିଥିଲେ । କେବଳ ସେତିକି ନୁହଁ ଦଳର ସିନିୟର୍ ଖେଳାଳୀମାନେ ନିଜ ନିଜ ପତ୍ନୀ ଏବଂ ଛୁଆଙ୍କୁ ନେଇ ଟ୍ରଫି ସହ ପୋଜ୍ ଦେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ସବୁ ମ୍ୟାଚରେ ଖେଳାଳୀ ମାନଙ୍କ ପତ୍ନୀ ଏବଂ ତାଙ୍କ ଛୁଆଙ୍କୁ ଦେଖିବାକୁ ମିଳୁଥିଲା । ଯେତେବେଳେ ଭାରତୀୟ ଖେଳାଳୀଙ୍କ ପରିବାର ସେମାନଙ୍କ ସହ ଥିଲା ତେବେ ଏହି ଦୌଡରୁ ବିଦେଶୀ ଖେଳାଳୀ କେମିତି ବା ଅଲଗା ରହିବେ । ଦକ୍ଷିଣ ଆଫ୍ରିକାର ସ୍ପିନର ଇମରାନ୍ ତାହିରଙ୍କୁ ନିଜ ପୁଅ ଜିବରାନଙ୍କ ସହ ଦେଖିବାକୁ ମିଳିଥିଲା । ସୁରେଶ ରାଇନା ଏବଂ ଧୋନିଙ୍କ ଝିଅ ଗ୍ରାସିଆ ଏବଂ ଜିଭା ଦୁହେଁ ପଡିଆରେ ନାଚୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ପିତାଙ୍କ ଖେଳ ସରିବା ପରେ ପିଲାଙ୍କ ଖେଳ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ଉତ୍ସବ ଶେଷରେ ସବୁ ଖେଳାଳୀଙ୍କ ପିଲାମାନେ ପଡିଆରେ ଗୋଡାଗୋଡି ଖେଳ ମଧ୍ୟ ଖେଳୁଥିବା ଦେଖା ଦେଇଥିଲା ।