ଆଇପିଏଲ ଟକ୍କର : ଆଜି ଖେଳାଯିବ ଦୁଇଟି ମ୍ୟାଚ୍ ; କୋଲକତା-ପଂଜାବ ଏବଂ ଚେନ୍ନାଇ-ବାଙ୍ଗାଲୋର ହେବ ମୁକାବିଲା

112

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆଜି ଖେଳାଯିବ ୨ଟି ମ୍ୟାଚ୍ । ଅପରାହ୍ନ ସାଢେ ୩ଟାରେ ଆବୁଧାବିରେ ଆଜି ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ କିଙ୍ଗସ୍ ଇଲେଭେନ୍ ପଂଜାବ । କୋଲକାତା ଏବେ ୫ ମ୍ୟାଚରୁ ୬ ପଏଂଟ ସହ ଚତୁର୍ଥ ସ୍ଥାନରେ ରହିଛି । ପଂଜାବ ୬ ମ୍ୟାଚରୁ ୨ ପଏଂଟ ସହିତ ଟେବୁଲର ସବୁଠାରୁ ତଳେ ଅଷ୍ଟମ ସ୍ଥାନରେ ଅଛି ।

ତେଣୁ ଆଜିର ମ୍ୟାଚ୍ ଜିତି ସ୍ଥିତି ସୁଧାରିବାକୁ ଉଦ୍ୟମ କରିବେ ପଂଜାବ କ୍ୟାପଟେନ୍ କେଏଲ ରାହୁଲ । ସେହିପରି ଆଜି ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଆଇପିଏଲର ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପରକିଙ୍ଗସ ଏବଂ ରୟାଲ ଚାଲେଂଜର୍ସ ବାଙ୍ଗାଲୋର । ରାତି ସାଢେ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ ।

ବର୍ତ୍ତମାନ ପଏଂଟ ଟେବୁଲରେ ଚେନ୍ନାଇ ଉପରେ ରହିଛି ବାଂଗାଲୋର । ସ୍ଥିତି ସୁଧାରିବାକୁ ଚେନ୍ନାଇ ଏହି ମ୍ୟାଚରେ ବିଜୟଧାରାକୁ ଫେରିବାକୁ ଉଦ୍ୟମ କରିବ । ତେଣୁ କୋହଲିଙ୍କ ବାଙ୍ଗାଲୋର ଏବଂ ମାହିଙ୍କ ଚେନ୍ନାଇ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।