ଆଇପିଏଲ ଟକ୍କର : ରାଜସ୍ଥାନ ରାୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍

75

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯିବ ଆଜି ଗୋଟିଏ ମ୍ୟାଚ୍ । ରାଜସ୍ଥାନ ରାୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଆଜି ସାରଜାରେ ରାତି ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ । ପଏଂଟ ଟେବୁଲରେ ବର୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲସ ।

ଦିଲ୍ଲୀ ବିପକ୍ଷରେ ମ୍ୟାଚ୍ ଜିତି ଉପରକୁ ଉଠିବାକୁ ଉଦ୍ୟମ କରିବ ଷ୍ଟିଭେନ୍ ସ୍ମିଥଙ୍କ ରାଜସ୍ଥାନ ରୟାଲସ । ପଏଂଟ ଟେବୁଲରେ ବର୍ତମାନ ରାଜସ୍ଥାନ ରୟାଲସ ୫ ମ୍ୟାଚରୁ ୨ ବିଜୟ ସହିତ ୪ ପଏଂଟ ପାଇ ସପ୍ତମ ସ୍ଥାନରେ ରହିଛି ।