ଆଇପିଏଲ୍ ତଡକା ! ଜାଣନ୍ତୁ କେତେ କମାଉଛନ୍ତି ଆଇପିଏଲ୍ ଚିଅର ଗାର୍ଲ ।

104

୨୦୦୮ ମସିହାରେ କ୍ରିକେଟ୍ ମହାକୁମ୍ଭରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ଫଟାଫଟ ଆରମ୍ଭ ହେଲା ଦଳ ମଧ୍ୟରେ ଆଇପିଏଲ୍ ଖେଳ । ଏହି ଖେଳରେ ଦେଶ ନୁହେଁ ବରଂ ସହର ସହର ମଧ୍ୟରେ ଟିମ୍ ଗଠନ କରାଗଲା । ଏହି ଖେଳକୁ ପ୍ରଶଂସକମାନେ ଖୁବ୍ ପ୍ରଶଂସା କଲେ ଏବଂ ଏହାର ଲୋକପ୍ରିୟତା ମଧ୍ୟ ଖୁବ୍ ବଢିଲା । ଲୋକଙ୍କୁ ଧିରେ ଧିରେ ଆଇପିଏଲର ନିଶା ଲାଗିବା ସହ ଆଉ ଏକ ନୂଆ ନିଶା ମଧ୍ୟ ଲାଗିଯାଇଥିଲା । ଯାହା ବିଦେଶରେ ସାଧାରଣ ହୋଇଥିଲେ ହେଁ ଭାରତରେ ନୂଆ କରି ଆସିଥିବାରୁ ଲୋକ ଖେଳ କମ୍ ଚିଅର ଲିଡରଙ୍କ ପ୍ରତି ଅଧିକ ଆକୃଷ୍ଟ ହେଲେ । ଚିଅର ଲିଡରର୍ସଙ୍କ ଆଗମନକୁ ଲୋକ ଏତେ ପସନ୍ଦ କଲେ ଯେ ସେମାନଙ୍କ ସହ ଅସଦାଚରଣ କରିବା ଖବର ମଧ୍ୟ ସାମ୍ମାକୁ ଆସିଥିଲା । ସମୟ ସହିତ ତାଳ ଦେଇ ଭାରତୀୟମାନେ ମଧ୍ୟ ଚିଅର ଲିଡରର୍ସଙ୍କୁ ଆପଣାଇଥିଲେ ।
ଆଇପିଏଲରେ ମୋଟା ଅଙ୍କର ପଇସା କାରବାର ହୁଏ । ଖେଳାଳୀଙ୍କୁ ଦଳକୁ ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ । କେବଳ ଖେଳାଳୀଙ୍କ ପକ୍ଷରେ ନୁହଁ ଖେଳ ପ୍ରସାରଣରେ ମଧ୍ୟ ପଇସା ପାଣି ଭଳି ଖର୍ଚ୍ଚ ହୁଏ । ଏମିତିରେ କେତେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଆଇପିଏଲରେ ଚିଅର ଲିଡରର୍ସଙ୍କ ଦରମା କେତେ? କ’ଣ ସେମାନଙ୍କ ସ୍ଥିର ଦରମା ଅଛି ନା’ ଦଳ ଅନୁସାରେ ଦରମାରେ ଉଣା ଅଧିକ ହୁଏ ,ତେବେ ଆସନ୍ତୁ ଏ ଉପରେ ଅଧିକ ଜାଣିବା ।
ଆଇପିଏଲରେ ମଧ୍ୟ ଦରମା ନାଁରେ ଭେଦଭାବ ଦେଖିବାକୁ ମିଳେ । କିଛି ଟିମ ନିଜ ଦଳର ଚିଅର ଗାର୍ଲଙ୍କୁ ଅଧିକ ଟଙ୍କା ଦେଉଥିବା ବେଳେ ଆଉ କିଛି ଟିମ୍ କମ୍ ଦରମା ଦେଇଥାନ୍ତି । କିଙ୍ଗଖାନଙ୍କ କେକେଆର୍ ଟିମ୍ ଏ ମାମଲାରେ ସର୍ବାଗ୍ରେ ରହିଛନ୍ତି । ଏହାପରେ ରୟାଲ୍ ଚାଲେଞ୍ଚର ବାଙ୍ଗାଲୋର ଏବଂ କିଙ୍ଗସ୍ ୧୧ ପଞ୍ଜାବଙ୍କ ନାଁ ଆସେ । ସୁଚନା ମୁତାବକ ପ୍ରତି ମ୍ୟାଚରେ ଚିଅର ଗାର୍ଲଙ୍କ ସାଧାରଣ ଦରମା ୬,୫୦୦ ଟଙ୍କା ଥାଏ । ଦଳ ଏହାଠାରୁ ଅଧିକ ଦରମା ମଧ୍ୟ ପ୍ରଦାନ କରିଥାନ୍ତି । ରୟାଲ୍ ଚାଲେଞ୍ଚର ବାଙ୍ଗାଲୋର ପ୍ରତି ମ୍ୟାଚରେ ୧୪୦ ଡଲାର (୯,୧୦୦ ଟଙ୍କା) ଦେଉଥିବାବେଳେ ଟିମ୍ କେକେଆର୍ ୧୫୦ ଡଲାର (୧୦,୦୦୦ ଟଙ୍କା) ଦରମା ଦେଇଥାନ୍ତି । ଏତଦବ୍ୟତୀତ ଆରସିବି,କେକେଆର,ମୁମ୍ବାଇ ଟିମ୍ ୧୦୦ ଡଲାର ୬,୫୦୦ ଟଙ୍କାର ବୋନସ୍ ମଧ୍ୟ ପ୍ରଦାନ କରିଥାନ୍ତି ।

ଏହାସହ ସେମାନଙ୍କ ଖାଦ୍ୟପେୟ,ହୋଟେଲରେ ରହିବା ବ୍ୟବସ୍ଥା ଏବଂ ଯାତାୟତ ଆଦି ଦଳ ଉଠାଇଥାଏ । କିଛି ଟିମ୍ ଖେଳ ଜିତିବା ପରେ ୩୦୦୦ ଟଙ୍କା ବୋନସ୍ ମଧ୍ୟ ଦେଇଥାନ୍ତି । କେବଳ ଖେଳ ନୁହଁ କୌଣସି ପାର୍ଟି ଫଙ୍କସନରେ ଗଲେ ସେମାନଙ୍କୁ ୧୨ ରୁ ୧୪ ହଜାର ପର୍ଯ୍ୟନ୍ତ ଦରମା ମିଳିଥାଏ । କହିବାକୁ ଗଲେ, ସମ୍ପୂର୍ଣ୍ଣ ମ୍ୟାଚରେ ଚିୟର ଗାର୍ଲଙ୍କର ୪ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍ ହୋଇଯାଏ ।