କନକ ବ୍ୟୁରୋ : ଆଇପିଏଲର ୨୦୨୨ ସିଜିନ ଆରମ୍ଭ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଇପିଏଲର ଟାଇଟଲ ସ୍ପନସରରୁ ବିଦାୟ ନେଇଛି ଭିଭୋ । ଆଉ ଏହାସହ ଆଇପିଏଲକୁ ନୂଆ ଟାଇଟଲ ସ୍ପନସର ମିଳିଛି । ୨୦୨୨ ଆଇପିଏଲର ସ୍ପନସର ଏଣିକି ଟାଟା ଗ୍ରୁପ୍ ହାତରେ ରହିବ । ଅଥାର୍ତ ଏଣିକି ଲୋକେ ଆଉ ଭିଭୋ ଆଇପିଏଲ ନୁହେଁ ଟାଟା ଆଇପିଏଲ ଶୁଣିବାକୁ ପାଇବେ । ଚୀନ୍ ମୋବାଇଲ କମ୍ପାନି ଭିଭୋ ସ୍ଥାନରେ ଟାଟାକୁ ଏହି ସୁଯୋଗ ମିଳିଛି । ଆଇପିଏଲ ଆରମ୍ଭ ପୂର୍ବରୁ ଭିଭୋ ଟାଇଟଲ ସ୍ପନସର ପଦରୁ ଓହରି ଯାଇଥିବା କୁହାଯାଉଛି ।
ମଙ୍ଗଳବାର ଦିନ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏନେଇ ବିଧିବଧ ଭାବେ ଘୋଷଣା କରାଯାଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରଜେଶ ପଟେଏଲ ଏନେଇ ପିଟିଆଇକୁ ସୂଚନା ଦେଇଛନ୍ତି କି, ଟାଟା ଗ୍ରୁପ ଚଳିତ ସିଜିନରେ ଆଇପିଏଲର ଟାଇଟଲ ସ୍ପନ୍ସର ହେବ ।
TATA to replace Vivo as title sponsor of IPL
Read @ANI Story | https://t.co/9J6KCHT9ZC#TATA#IPL2022pic.twitter.com/TuP0QP029b
— ANI Digital (@ani_digital) January 11, 2022
ଭିଭୋ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ ସ୍ପନସର ଅଧିକାର ୨୨ ଶହ କୋଟି ଟଙ୍କାରେ କିଣିଥିଲା । ମାତ୍ର ଗଲୱାନ ଘାଟିରେ ୨୦୨୦ ରେ ଭାରତ ଓ ଚୀନ ସେନା ମଧ୍ୟରେ ଆମ୍ନା ସାମ୍ନି ହେବା ପରେ ଭିଭୋ ତରଫରୁ ଗୋଟିଏ ବର୍ଷ ବ୍ରେକ୍ ନିଆଯାଇଥିଲା । ଏହି ସ୍ଥାନରେ ଡ୍ରିମ ୧୧ ପ୍ରାୟୋଜକ ଥିଲା । ଏହାପରେ ଭିଭୋ ପୁଣିଥରେ ଆଇପିଏଲ ୨୦୨୧ରେ ପ୍ରାୟୋଜକ ଥିଲା ।
ଏସବୁ ଭିତରେ ଖୁବଶୀଘ୍ର ଆଇପିଏଲ ମହାନିଲାମୀ ହେବାକୁ ଯାଉଛି । ନୂଆ କରି ୨ଟି ଟିମ୍ ଆଇପିଏଲରେ ଭାଗ ନେଉଥିବାରୁ ଚଳିତଥର ଆଇପିଏଲର ରୋମାଞ୍ଚ ବଢିବ । କେବଳ ଟାଇଟଲ ସ୍ପନସର ନୁହେଁ ବରଂ ଆଇପିଏଲ ମିଡ଼ିଆ ରାଇଟ ପାଇଁ ମଧ୍ୟ ଚଳିତଥର ନିଲାମୀ ଡାକିଛି ବିସିସିଆଇ । ତେଣୁ ନୂଆ ମିଡ଼ିଆ ସ୍ପନସର କିଏ ହେଉଛି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।