କ୍ରିକେଟରେ ଜୁଆଖେଳ । ବ୍ରହ୍ମପୁର ପରେ ସମ୍ବଲପୁରରେ ଆଇପିଏଲ ବେଟିଂର ପର୍ଦ୍ଦାଫାଶ । ୫ଗିରଫ, ୧୫ହଜାରରୁ ଅଧିକ ଟଙ୍କା ଜବତ । ମୁମ୍ବାଇରୁ ହେଉଥିଲା ଅପରେସନ । ଚେର ଲମ୍ବିଛି ଦୁବାଇ

127

କନକ ବ୍ୟୁରୋ : ଆଇପିଏଲର ଧୁମ ଭିତରେ ସଟ୍ଟାବଜାର ସରଗମର ରହିଛି । ବ୍ରହ୍ମପୁର ପରେ ସମ୍ବଲପୁରରୁ । ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ । ଆଇପିଏଲ ବେଟିଂ ର୍ୟାକେଟର ୫ଜଣ ଜୁଆଡିଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଛି । ସେମାନଙ୍କୁ ଜେରା କରି ପୁଲିସ ଜାଣିବାକୁ ପାଇଛି ମୁମ୍ବାଇରୁ ଆଇପିଏଲ ବେଟିଂକୁ ପରିଚାଳନା କରାଯାଉଥିଲା । ତେବେ ଏହାର ଚେର ଦୁବାଇ ଯାଏଁ ଲମ୍ବିଥିବା ଅନୁମାନ କରାଯାଉଛି ।

ଆଇପିଏଲ ବେଟିଂର ଏହି ୫ଜଣ ହେଉଛି ମୁଖ୍ୟ ଖଳନାୟକ । ଯେଉଁମାନଙ୍କ ଗୋଟିଏ ଇସାରାରେ ଲାଗୁଥିଲା ହଜାର ହଜାର ଟଙ୍କାର ବାଜି । ବାଜି ଜିତି ମାଲେମାଲ ହେଉଥିଲେ ଏହି ବୁକିମାନେ । ସମ୍ବୂଲପୁରରେ ଏମିତି ଏକ ଆଇପିଏଲ ବେଟିଂ ର୍ୟାକେଟର ୫ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୧୫ହଜାରରୁ ଅଧିକ ଟଙ୍କା ଏବଂ ୫ଟି ମୋବାଇଲ ଜବତ କରିଛି ପୋଲିସ ।

ବେଟିଂର ଏହି ଖେଳ ଟସ ପଡିବା ଠାରୁ ଆରମ୍ଭ କରି ଖେଳ ଶେଷ ହେବା ପର୍ଯ୍ୟନ୍ତ ଚାଲୁଥିଲା । ପ୍ରତି ବଲରେ ଉଡୁଥିଲା ହଜାର ହଜାର ଟଙ୍କା । ମୁମ୍ବାଇରୁ ହେଉଥିଲା ବେଟିଂର ଅପରେସନ । ଏପରିକି ମୁମ୍ବାଇରୁ ଦୁବାଇ ପର୍ଯ୍ୟନ୍ତ ଏହି ବେଟିଂର ଲିଙ୍କ ରହିଥିବା ଅନୁମାନ କରାଯାଉଛି ।
କିଛି ଦିନ ତଳେ ବ୍ରହ୍ମପୁରରେ ଆଇପିଏଲ ବେଟିଂର ପର୍ଦ୍ଦାଫାଶ ହୋଇଥିଲା । ଯେଉଁଥିରେ ଲକ୍ଷାଧିକ ଟଙ୍କା ଜବତ କରିଥିଲା ପୋଲିସ । ଭାରତର ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ଭଳି ବଡ ବଡ ସହର ସହିତ ଏହି ବେଟିଂର ଲିଙ୍କ ଥିବା ଜଣାପଡିଥିଲା ।