କନକ ବ୍ୟୁରୋ: କ୍ରିକେଟରେ ଜୁଆ ଖେଳ । ଚେର ଲମ୍ବିଛି ବ୍ରହ୍ମପୁରରୁ ଦୁବାଇ । ହେଉଛି ଲକ୍ଷ ଲକ୍ଷ ଟଙ୍କାର କାରବାର । ଏକଥା ସେତେବେଳେ ପଦାକୁ ଆସିଛି ଯେତେବେଳେ ପୋଲିସ ଏହି ବେଟିଂ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଧରିଛି । ଦୁବାଇରେ ଯେତେବେଳେ ଗୋଟିଏ ଗୋଟିଏ ବଲ ପଡୁଥିଲା ସେତେବେଳେ ବଲ ପିଛା ଡକାଯାଉଥିଲା ବୋଲି । ଏସବୁ କାରବାର ହେଉଥିଲା ମୋବାଇଲ ଫୋନ, ହ୍ୱାଟସ ଅପ ଏବଂ ଫ୍ୱେବସାଇଟ ମାଧ୍ୟମରେ ।
ଦୁବାଇରେ ଚାଲିଥିବା ଆଇପିଏଲ ମ୍ୟାଚରେ ଗୋଟିଏ ପରେ ଗୋଟିଏ ବଲ ପଡୁଥଲା । ଆଉ ଏପଟେ ବଲ ପିଛା ଲାଗୁଥିଲା ବୋଲି । ଅର୍ଥାତ ଗୋଟିଏ ବଲରେ କଣ ହେବାକୁ ଯାଉଛି, ଚୌକା , ଛକା ନା ୱିକେଟ ଏହିପରି ବୋଲି ଡକାଯାଉଥିଲା । ଆଉ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ହେଉଥିଲା ଡାକ । ଏସବୁ ହେଉଥିଲା ବିଭିନ୍ନ ଆପ, ୱେବସାଇଟ ଏବଂ ମୋବାଇଲ ଫୋନ ମାଧ୍ୟମରେ ।
ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଇପିସିର
ଧାରା ୨୯୪-ଏ ଅର୍ଥାତ ଗାଳି କରିବା,
ଧାରା ୪୨୦ ଅର୍ଥାତ ଠକେଇ
ଏବଂ ୧୨୦-ବି/୩୪ ଅର୍ଥାତ ଚକ୍ରାନ୍ତ କରିବା ଲଗାଇଛି ପୋଲିସ ମାଷ୍ଟରମାଇଣ୍ଡକୁ ଗିରଫ କରିବା ପରେ ଏହି ର୍ୟାକେଟ ସହିତ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛି ।
Follow Us