ପୋଲିସ ଚଢାଉ କଲା, ଆଡ୍ଡା ଭାଙ୍ଗିଲା । ରାଉରକେଲାରେ ବଡ ଧରଣର ଆଇପିଏଲ ବେଟିଂର ପର୍ଦ୍ଦାଫାସ । ୯ ଗିରଫ ।

Advertisment
ପୋଲିସ ଚଢାଉ କଲା, ଆଡ୍ଡା ଭାଙ୍ଗିଲା । ରାଉରକେଲାରେ ବଡ ଧରଣର ଆଇପିଏଲ ବେଟିଂର ପର୍ଦ୍ଦାଫାସ । ୯ ଗିରଫ ।

କନକ ବ୍ୟୁରୋ: ରାଉରକେଲାରେ ଆଇପିଏଲ ବେଟିଂର ପର୍ଦ୍ଦାଫାସ୍ । ଆଇପିଏଲକୁ ନେଇ ସଟ୍ଟା ଖେଳାଉଥିବା ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକି ଅଞ୍ଚଳରେ ଏକ ଭଡା ଘରେ ଚାଲି ଥିବା ସଟ୍ଟା କାରବାର । ରାଉରକେଲା ସହରରେ ଆଇପିଏଲ ବେଟିଂ ଚାଲିଥିବା ଆଡ୍ଡା ଉପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିବା ସୂଚନା ମିଳିଛି ।

ତେବେ ବେଟିଂ ଆଡ୍ଡାରୁ ଗୋଟିଏ ଲାପଟପ, ଗୋଟିଏ ଟ୍ୟାବ ଓ ୧୮ଟି ଦାମୀ ମୋବାଇଲ ଜବତ କରିଛି । ଚଢାଉ ସମୟରେ ଆଉ କିଛି ଯୁବକ ଖସି ଯାଇଛନ୍ତି । ଗିରଫ ୯ ଜଣ ଯୁବକଙ୍କ ଘର ଛତିଶଗଡ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତଙ୍କ ପାଖରୁ କୌଣସି ଟଙ୍କା ଜବତ କରିପାରିନାହିଁ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe