ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗ । ୫ ଜଣ ଗିରଫ ହେବା ସାଙ୍ଗକୁ ନଗଦ ୧୫ ହଜାର ୧୫୦ ଟଙ୍କା ଓ ୫ଟି ମୋବାଇଲ ଜବତ କଲା ପୁଲିସ୍

93

କନକ ବ୍ୟୁରୋ: ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୫ ଗିରଫ । ସମ୍ବଲପୁର ପୋଲିସ ଦ୍ୱାରା ୫ଜଣ ଗିରଫ ହେବା ସାଙ୍ଗକୁ ୧୫ ହଜାର ୧୫୦ ନଗଦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ସମ୍ବଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଦୁର୍ଗାପାଲିର ସୋମନାଥ ଘୋଷ, ସାକ୍ଷୀପଡ଼ାର ବିନୋଦ ସୋରେନ୍, ସୁନାପାଲିର ବିକାଶ ରାଉତ, ମଙ୍ଗାପଡ଼ାର ରାକେଶ ନିଖଟିଆ, ତଅଁଲା ପଡ଼ାର ବବୁଲୁ ପ୍ରଧାନ ।

ତେବେ ଏମାନେ ବିଭିନ୍ନ ୱେବସାଇଟ ଜରିଆରେ ସମ୍ବଲପୁରରେ ଆଇପିଏଲ ବେଟିଂ ପରିଚାଳନା କରିବା ହ ପଇସା ଆଦାୟ କରୁଥିଲେ । ତେବେ ଏନେଇ ଖବର ପାଇବା ପରେ ସମ୍ବଲପୁର ପୋଲିସ ୩ଟି ସ୍ପେଶାଲ ଟିମ୍ ଗଠନ କରି ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରି ଶେଷରେ ସଫଳ ହୋଇଛି । ତେବେ ଏମାନଙ୍କ ନାଁରେ ସମ୍ବଲପୁର ସହରର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି ।