କନକ ବ୍ୟୁରୋ : ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆଜି କୋଚିରେ ଖେଳାଳିଙ୍କ ମିନି ନିଲାମୀ ହେବ । ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବେ । ସେଥିମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ । ଆଉ ଏହି ନିଲାମୀ ଡାକିବେ ହ୍ୟୁଜ୍ ଏଡମିଡସ । ବିସିସିଆଇ ହ୍ୟୁଜଙ୍କୁ ୨୦୧୯ରେ ଅକ୍ସନର ଭାବେ ନିଯୁକ୍ତ କରିଥିଲା ।

Advertisment

ଗତ ଆଇପିଏଲ ନିଲାମୀ ସମୟରେ ବେଶ ଚର୍ଚ୍ଚାକୁ ଆସିଥିଲେ ବ୍ରିଟେନ ଜନ୍ମିତ ହ୍ୟୁଜ୍ ଏଡମିଡସ । କାରଣ ନିଲାମ ଡାକୁଥିବା ବେଳେ ଷ୍ଟେଜ ଉପରେ ବେହୋସ ହୋଇ ପଡିଥିଲେ ହ୍ୟୁଜ୍ । ପରେ ହ୍ୟୁଜଙ୍କ ବଦଳରେ ଚାରୁ ଶର୍ମା ନିଲାମୀ ପ୍ରକିୟାକୁ ପରିଚାଳିତ କରିଥିଲେ । ତେବେ ଶେଷ ଦିନରେ ସୁସ୍ଥ ହେବା ପରେ ହ୍ୟୁଜ୍ ଏଡମିଡସ ୪ ଜଣ ଖେଳାଳୀଙ୍କ ନିଲାମୀ କରିଥିଲେ । ହ୍ୟୁଜ୍ ଏଡମିଡସ କେବଳ କ୍ରିକେଟ ନୁହେଁ ବିଭିନ୍ନ କ୍ଷେତ୍ର ପାଇଁ ନିଲାମୀ କରିଥାନ୍ତି । ୩୬ ବର୍ଷର କ୍ୟାରିୟରରେ ୨୫୦୦ରୁ ଅଧିକ ନିଲାମୀ କରିଛନ୍ତି । ତାଙ୍କର ନିଲାମୀ ଡାକିବାର ଶୈଳୀକୁ ବେଶ ପସନ୍ଦ କରିଥାନ୍ତି ଦର୍ଶକ ।
ମିନି ନିଲାମରେ ସବୁ ଟିମ୍ ମୋଟ ୮୭ ଜଣ ଖେଳାଳିଙ୍କୁ କିଣିପାରିବେ । ଆଫଗାନିସ୍ତାନର ଆଲ୍ଲା ମହମ୍ମଦ ଗଜନଫର ସବୁଠାରୁ କନିଷ୍ଠ କ୍ରିକେଟର ଭାବେ ନିଲାମରେ ସାମିଲ ହେବେ । ସେହିପରି ୪୦ ବର୍ଷୀୟ ଅମିତ୍ ମିଶ୍ରା ସବୁଠାରୁ ବୟୋଜ୍ୟେଷ୍ଠ କ୍ରିକେଟର୍ ଭାବେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ଅମିତ୍ ମିଶ୍ରା ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ, ଡେକାନ ଚାର୍ଜର୍ସ ଏବଂ ସନରାଇଜର୍ଦ ହାଇଦ୍ରାବାଦ ପକ୍ଷରୁ ଖେଳି ହ୍ୟାଟ୍ରିକ ସଫଳତା ପାଇଥିଲେ । ନିଲାମ ଶେଷରେ ପ୍ରତି ଟିମ୍ ପାଖରେ ଅତିକମରେ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ । ପ୍ରତି ଟିମରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ । ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ସର୍ବାଧିକ ୪୨ କୋଟି ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ପଞ୍ଜାବ କିଙ୍ଗସ୍ ପର୍ସରେ ୩୨ କୋଟି ୨୦ ଲକ୍ଷ, ଲକ୍ଷେ୍ନø ସୁପରଜାଏଂଟସ ପର୍ସରେ ୨୩ କୋଟି ୩୫ଲକ୍ଷ ଟଙ୍କା, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୨୦ କୋଟି ୫୫ ଲକ୍ଷ ଟଙ୍କା ଅଛି । କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ସର୍ବନିମ୍ନ ୭ କୋଟି ୫ଲକ୍ଷ ଟଙ୍କା ରହିଛି ।