କନକ ବ୍ୟୁରୋ : ଆରମ୍ଭ ହୋଇଛି ଟାଟା ଆଇପିଏଲ ମହାନିଲାମୀ । ମୋଟ ୬୦୦ ଜଣ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ହେବ । ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ । ଯେଉଁମାନଙ୍କ ମଧ୍ୟରେ ଅନେକ ବଡ ଚେହେରା ରହିଛନ୍ତି । ତେବେ କେଉଁ ଖେଳାଳୀଙ୍କୁ କିଏ କିଣିଲେ ତାହା ଉପରେ ଥରେ ନଜର ପକାନ୍ତୁ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ବ୍ୟାଟର ଶିଖର ଧୱନଙ୍କୁ ୮ କୋଟି ୨୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିଲେ ଧୱନ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ବୋଲର ଆର ଅଶ୍ୱିନୀଙ୍କୁ କିଣିଲା ୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ ଭାରତୀୟ ସ୍ପିନର ଅଶ୍ୱିନୀ ।
ଆଇପିଏଲ ମହାନିଲାମୀ ୨୦୨୨ : ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ରେ କିଣିଲା କୋଲକାତା ନାଇଟ ରାଇଡର୍ସ । ପୁରୁଣା ଟିମକୁ ଫେରିଲେ ପାଟ କମିନ୍ସ ।
ଆଇପିଏଲ ମହାନିଲାମୀ ୨୦୨୨ : ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ ୯ କୋଟି ୨୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ ରବାଡା ।
ଆଇପିଏଲ ମହାନିଲାମୀ ୨୦୨୨ : ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ବୋଲ୍ଟ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଲା କୋଲକାତା ନାଇଟ ରାଇଡର୍ସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଛନ୍ତି ଶ୍ରେୟସ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ୬ କୋଟି ୨୫ ଲକ୍ଷରେ କିଣିଲା ଗୁଜୁରାଟ ଟାଇଟନ୍ସ । ପୂର୍ବରୁ ପଞ୍ଜାବ ଟିମ୍ ପାଇଁ ଖେଳୁଥିଲେ ସାମି ।
ଆଇପିଏଲ ମହାନିଲାମୀ ୨୦୨୨ : ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟି ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପୂର୍ବରୁ ଚାମ୍ପିୟନ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି ଡୁ ପ୍ଲେସିସ ।
.@QuinnyDeKock69 is SOLD to @LucknowIPL for INR 6.75 crore#TATAIPLAuction@TataCompanies
— IndianPremierLeague (@IPL) February 12, 2022
ଆଇପିଏଲ ମହାନିଲାମୀ ୨୦୨୨ : ଦକ୍ଷିଣ ଆଫ୍ରିକାର ୱିକେଟକିପର ବ୍ୟାଟର କ୍ୱିଣ୍ଟନ ଡିକକଙ୍କୁ ୬ କୋଟି ୭୫ ଲକ୍ଷରେ କିଣିଲା ଲକ୍ଷ୍ ନୌ ସୁପର ଜିଆଣ୍ଟସ । । ପୂର୍ବରୁ ଚାମ୍ପିୟନ ମୁମ୍ବାଇ ପାଇଁ ଖେଳିଛନ୍ତି ଡିକକ୍ ।
ଆଇପିଏଲ ମହାନିଲାମୀ ୨୦୨୨ : ଅଷ୍ଟ୍ରେଲୀୟ ଦୁର୍ଦ୍ଦଶ ବ୍ୟାଟର ଡେଭିଡ ୱାର୍ଣ୍ଣରଙ୍କୁ ୬ କୋଟି ୨୫ ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । । ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ରହିଛନ୍ତି ୱାର୍ଣ୍ଣର ।