କନକ ବ୍ୟୁରୋ : ଆଇପିଏର ମିନି ନିଲାମୀରେ ଇଂଲଣ୍ଡ କ୍ରିକେଟରଙ୍କ ଉପରେ ଟଙ୍କା ବର୍ଷା । ହ୍ୟାରୀ ବ୍ରୁକ୍, ସାମ କୁରାନଙ୍କ ପରେ ବେନ ଷ୍ଟୋକ୍ସଙ୍କ ଚାହିଦା ଆକାଶଛୁଆଁ ହୋଇଛି । ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟିରେ ହାଇଦ୍ରାବାଦ କିଣିଥିବା ବେଳେ ସାମ କୁରାନଙ୍କୁ ୧୮.୫୦ କୋଟିରେ ପଞ୍ଜାବ ଓ ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ସେହିଭଳି ଅଷ୍ଟ୍ରେଲୀୟ ବ୍ୟାଟର କ୍ୟାମେରନ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟିମରେ ସାମିଲ କରିଛି ।

Advertisment

କାରବିଆନ ଅଲରାଉଣ୍ଡର ଜେସନ ହୋଲଡରଙ୍କୁ ୫.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଥିବା ବେଳେ ସିକନ୍ଦର ରାଜାଙ୍କୁ ୫୦ ଲକ୍ଷରେ ପଞ୍ଜାବ ନିଜ ପଲଟନରେ ସାମିଲ କରିଛି । ଏହାବାଦ୍ ଓଡେନ ସ୍ମିଥଙ୍କୁ ୫୦ ଲକ୍ଷ ଟଙ୍କାରେ ଗୁଜରାଟ କିଣିଥିବା ବେଳେ ସାକିବ ଅଲ ହାସନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି । ସେହିଭଳି ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ୮.୨୫ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।

ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିବା କେନ୍ ୱିଲିୟମସନଙ୍କୁ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନ୍ସ । ସେହିଭଳି ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟଙ୍କୁ ପ୍ରଥମ ନିଲାମୀରେ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇନାହାନ୍ତି ।