କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀଙ୍କୁ ଏବେ ୪୨ ବର୍ଷ, ହେଲେ ଏହାସତ୍ତ୍ୱେ ବି ଏବେ ସେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ଗତଥର ଚେନ୍ନାଇ ସୁପର କିଙ୍ଗସକୁ ୫ମ ଥର ଟ୍ରଫି ଜିତାଇବା ପରେ, ଧୋନୀ ଆଇପିଏଲରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଧୋନୀ ଅବସର ନେଇ ମୁହଁ ଖୋଲିଥିଲେ । ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍ ନିଲାମ ପୂର୍ବରୁ ସେ ଆଇପିଏଲରୁ ଅବସର ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଥିଲେ । ହେଲେ ଧୋନୀଙ୍କ ଅବସର ପରେ କିଏ ହେବ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍? ତାହା ଏବେ ବି ବଡ ପ୍ରଶ୍ନ ଚିହ୍ନ । ଆଉ ଏହାରି ଭିତରେ ଚେନ୍ନାଇ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଦଳର ଆଗାମୀ କ୍ୟାପଟେନ୍ ନେଇ ମୁହଁ ଖୋଲିଛନ୍ତି ।
ସିଏସକେ ଟିମର ପୂର୍ବ ସଦସ୍ୟ ଅମ୍ବାତି ରାଇଡୁଙ୍କ କହିବା ମୁତାବକ, ଏମ୍ ଏସ୍ ଧୋନୀ ଅବସର ନେବା ପରେ ଦଳର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଦଳର ଅଧିନାୟକ ଭାର ଦିଆଯାଇପାରେ । ଗାଏକ୍ୱାଡ ଗତ ୩ ବର୍ଷ ହେଲା ଦଳ ପାଇଁ ଚମକ୍ରାର ପ୍ରଦର୍ଶନ କରୁଛନ୍ତି । ତେଣୁ ତାଙ୍କୁ ଦଳ ଆଗାମୀ କ୍ୟାପଟେନ୍ କରାଯାଇପାରେ ବୋଲି ରାଇଡୁ ମତ ଦେଇଛନ୍ତି । ଧୋନୀ ମଧ୍ୟ ଗାଏକ୍ୱାଡଙ୍କୁ ଅଧିନାୟକ ଭାବେ ପ୍ରସ୍ତୁତ କରୁଛନ୍ତି । ଯିଏକି ଆଗାମୀ ୧୦ ବର୍ଷ ପାଇଁ ଦଳର ନେତୃତ୍ୱ ନେଇପାରିବେ ।
ଅମ୍ବାତି ରାଇଡୁ କହିଛନ୍ତି ଯେ, ଭବିଷ୍ୟତର କଥା ଚିନ୍ତା କଲେ ଋତୁରାଜଙ୍କ ପାଖରେ କ୍ୟାପଟେନ୍ ହେବାର ଭଲ ମୌକା ରହିଛି । ତାଙ୍କ ପାଖରେ ନେତୃତ୍ୱ ନେବାର ଗୁଣ ମଧ୍ୟ ରହିଛି । ଯଦି ଧୋନୀ ତାଙ୍କୁ ପ୍ରସ୍ତୁତ କରିବେ, ତେବେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ସେ ଦଳର କ୍ୟାପଟେନ୍ ରହିପାରିବେ । ସୂଚନାଯୋଗ୍ୟ ଯେ, ଏସିଆନ୍ ଗେମ୍ସ ପାଇଁ ଋତୁରାଜଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/07/16992-csk-vs-dc.webp)