କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲକୁ ନେଇ ଆସିଲା ବଡ ଖବର । ଆସନ୍ତାବର୍ଷ ବିଦେଶରେ ଖେଳାଯାଇପାରେ ଏହି କ୍ରିକେଟ୍ ଲିଗ୍ । ଆସନ୍ତାବର୍ଷ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ ଦେଖିବ ଭାରତ । ତେଣୁ ଏହି କାରଣରୁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ଜଲଦି କିମ୍ବା ବିଦେଶରେ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

Advertisment

ମିଳିଥିବା ସୂଚନା ମୁତାବକ, ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଅଛି । ତେଣୁ ଏଭଳି ସମୟରେ ଆଇପିଏଲ୍ ଆୟୋଜନ ହେଲେ ନାନାଦି ଅସୁବିଧା ଦେଖିବାକୁ ମିଳିପାରେ । ତେଣୁ ଆସନ୍ତାବର୍ଷ ଆଇପିଏଲକୁ ମାର୍ଚ୍ଚ ମାସରେ ଆରମ୍ଭ କରିବାକୁ ଯୋଜନା କରାଯାଉଛି । ନଚେତ୍ ଅନ୍ୟଥର ଭଳି ଏଥର ମଧ୍ୟ ଆଇପିଏଲ ବିଦେଶରେ ଆୟୋଜନ ହେଇପାରେ ।

ତେବେ ଏହି କଥା ଆଇପିଏଲ୍ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ବିଦେଶରେ ଆଇପିଏଲ ଆୟୋଜନ ହେଇସାରିଛି । କୋଭିଡ୍ ପାଇଁ ୟୁଏଇରେ ଆଇପିଏଲ ଖେଳାଯାଉଥିଲା । ସେହିପରି ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବିଦେଶରେ ଆୟୋଜନ ହେଇସାରିଛି । ୨୦୦୯ ମସିହା ଲୋକସଭା ନିର୍ବାଚନ ପାଇଁ ଆଇପିଏଲ୍ ଦକ୍ଷିଣ ଆଫ୍ରିକାରେ ଏବଂ ୨୦୧୪ ଲୋକସଭା ନିର୍ବାଚନ ପାଇଁ ଆଇପିଏଲର ଅଧା ମ୍ୟାଚ୍ ୟୁଏଇରେ ଆୟୋଜନ କରାଯାଇଥିଲା ।