ଆଇପିଏଲର ଆଗାମୀ ସିଜନ୍ ପାଇଁ ଗୁଜରାଟ ଟାଇଟନ୍ସର ବଡ଼ ଘୋଷଣା । ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ କଲା ଦଳର ଅଧିନାୟକ

297

କନକ ବ୍ୟୁରୋ : ଦୁଇ ଦିନରେ ଦୁଇ ବଡ଼ ପରିବର୍ତନ । ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ପରେ ଆଜି ଗୁଜରାଟ ଟାଇଟନ୍ସ ବଡ଼ ଘୋଷଣା କରିଛି । ହାର୍ଦ୍ଦିକଙ୍କ ସ୍ଥାନରେ ଯୁବ ଓପ୍ନର ଶୁବମନ ଗିଲ୍ଙ୍କୁ ଗୁଜରାଟ ଟାଇଟନ୍ସ ଅଧିନାୟକ ଘୋଷଣା କରିଛି । ଗତକାଲି ହାର୍ଦ୍ଦକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡ଼ିବାକୁ ନିଷ୍ପତି ନେଇଥିଲେ । ଯାହା ପରେ ଆଜି ଏହି ଏହି ବଡ଼ ଘୋଷଣା କରିଛି ଫ୍ରାଂଚାଇଜି । ୨୦୨୩ ସଂସ୍କରଣରେ ଗିଲ୍ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର୍ ହୋଇ ଅରେଞ୍ଜ କ୍ୟାପ୍ ଜିତିଥିଲେ । ଗିଲ୍ ୧୭ ମ୍ୟାଚ୍ ଖେଳି ୫୯ ଦଶମିକ ୩୩ ହାରରେ ୮୯୦ ରନ୍ କରିଥିଲେ । ଗିଲଙ୍କ ବ୍ୟତୀତ କେନ୍ ୱିଲିୟମସନ୍ ଅଧିନାୟକ ଦୌଡ଼ରେ ଥିଲେ । କିନ୍ତୁ ଫ୍ରାଂଜାଇଜି ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଯୁବ ଭାରତୀୟ ବ୍ୟାଟରଙ୍କୁ ଗୁରୁତ୍ୱ ଦେଇଛି । ୨୪ ବର୍ଷୀୟ ଗିଲ୍ ୨୦୧୮ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ । ଗିଲ୍ ଆଇପିଏଲ୍ରେ ୯୧ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୭୯୦ ରନ୍ କରିଛନ୍ତି । ସେ ୩ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ମାରିଛନ୍ତି । ନିକଟରେ ଗିଲ୍ ଭାରତ ପକ୍ଷରୁ ଦିନିକିଆ ବିଶ୍ୱକପ୍ ମଧ୍ୟ ଖେଳିଥିଲେ ।