ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

420

କନକ ବ୍ୟୁରୋ : ଆଇପିଏଲ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ଅଧିନାୟକ ଦାୟିତ୍ୱ । ୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । ରୋହିତଙ୍କ ନେତୃତ୍ୱରେ ୫ଥର ଆଇପିଏଲ ଚମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ବର୍ଷ ଧରି ଗୁଜରାଟ ଟାଇଟନ୍ସର ପାଇଁ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଏକ୍ସଚେଂଜ ନିୟମ ଅନୁଯାୟୀ ଦଳକୁ ଆଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଆଉ ଏବେ ଏହି ଅଲରାଉଣ୍ଡରଙ୍କୁ ଦଳର ଅଧିନାୟକ ଭାବେ ଦଳ ନିଯୁକ୍ତି ଦେଇଛି ।