କନକ ବ୍ୟୁରୋ: ଆଜି ଘୋଷଣା ହୋଇପାରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ’ର ମ୍ୟାଚ୍ ସୂଚୀ । ଅପରାହ୍ନ ୫ଟା ସମୟରେ ଆଇପିଏଲର ମ୍ୟାଚ୍ ସୂଚୀ ଘୋଷଣା ହେବା ନେଇ ସୂଚନା ମିଳିଛି । ତେବେ ମହିଳା ପ୍ରିମିୟର ଲିଗ୍ ପରେ ଏଥର ଆଇପିଏଲ୍ ଆୟୋଜନ ହୋଇପାରେ । ସୂଚନା ମୁତାବକ ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି ।

Advertisment

ବିସିସିଆଇ ପକ୍ଷରୁ କିଛି ଦିନ ତଳେ ମହିଳା ପ୍ରିମିୟର ଲିଗ୍ ଆୟୋଜନ ହେବା ନେଇ ତାରିଖ ଘୋଷଣା ହୋଇଥିଲା । କିଛି ଦିନ ତଳେ ମୁମ୍ବାଇରେ ଏହାର ଖେଳାଳି ନିଲାମ ବି ଶେଷ ହୋଇଛି । ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମହିଳା କ୍ରିକେଟ୍ ଲିଗ୍ ମାର୍ଚ୍ଚ ୨୬ ତାରିଖ ଯାଏଁ ଚାଲିବ । ତେଣୁ ମହିଳା ପ୍ରିମିୟର ଲିଗ ଶେଷ ହେବାର କିଛି ଦିନ ପରେ ଆଇପିଏଲ୍ ଆରମ୍ଭ ହୋଇପାରେ ।

ଚଳିତ ଥର ଆଇପିଏଲ୍ ବେଶ ରୋମାଞ୍ଚକର ହେବ । କାହିଁକି ନା, ମିିନି ଅକ୍ସନ ପରେ ସବୁ ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ସାମ୍ କରନ୍ ଏଥର ପଞ୍ଜାବ କିଙ୍ଗସ୍ ପକ୍ଷରୁ ଆଇପିଏଲ୍ ଖେଳିବେ । ତାଙ୍କ ସହିତ ବେନ୍ ଷ୍ଟୋକସ୍ ମଧ୍ୟ ଚେନ୍ନାଇ ପକ୍ଷରୁ ଆଇପିଏଲ୍ ମ୍ୟାଚ୍ ଖେଳିବେ । ଅନ୍ୟପଟେ ପଞ୍ଜାବ କିଙ୍ଗସ୍ ଶିଖର ଧାୱନଙ୍କ ନେତୃତ୍ୱରେ ଏଥର ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ସେହିପରି ମୁମ୍ବାଇ ଦଳରେ କ୍ୟାମରେନ୍ ଗ୍ରୀନ୍ ମଧ୍ୟ ସାମିଲ ହୋଇଛନ୍ତି ।