ଆଇପିଏଲ ମହାସମର : ହାରିଲା ବେଙ୍ଗାଲୁର, ପ୍ଲେ ଅଫରେ ମୁମ୍ବାଇ

423

କନକ ବ୍ୟୁରୋ : ଶୁଭମନ ଗିଲଙ୍କ ଶତକ ଆଗରେ ଫିକା ପଡିଗଲା ବିରାଟ କୋହଲିଙ୍କ ଶତକ । ହାଇ ସ୍କୋରି ମ୍ୟାଚରେ ବେଙ୍ଗାଲୁରକୁ ୬ ୱିକେଟରେ ହରାଇଛି ଗୁଜରାଟ ଟାଇଟନ୍ସ । ମ୍ୟାଚ ହାରିବା ସହ ପ୍ଲେଅଫରୁ ବାଦ ପଡିଛି ବେଙ୍ଗାଲୁର । ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ଶତକ ବଳରେ ୧୯୭ ରନ କରିଥିଲା ବେଙ୍ଗାଲୁର । ତେବେ ୧୯ ଓଭର ଗୋଟିଏ ବଲ ଖେଳି ମ୍ୟାଚ ଜିତି ନେଇଥିଲା ଗୁଜରାଟ ।

ଏପଟେ ଅନ୍ୟ ଏକ ହାଇ ସ୍କୋରିଂ ମ୍ୟାଚରେ ହାଇଦ୍ରାବାଦକୁ ହରାଇ ପ୍ଲେଅଫରେ ସ୍ଥାନ ପକ୍କା କରିଛି ମୁମ୍ବାଇ ଇଣ୍ଡିଆନ୍ସ । ହାଇଦ୍ରାବାଦ ପଥମେ ବ୍ୟାଟିଂ କରି ୨୦୦ ରନ କରିଥିବା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮ ଓଭରରେ ମାତ୍ର ଦୁଇଟି ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା । ତେବେ ପ୍ଲେଅଫରେ ପ୍ରଥମ ଦୁଇଟି ସ୍ଥାନରେ ଗୁଜରାଟ, ଚେନ୍ନାଇ ରହିଥିବା ବେଳେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ଲକ୍ଷ୍ନୌ ଓ ମୁମ୍ବାଇ । ଆସନ୍ତାକାଲି ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ପ୍ରଥମ କ୍ୱାଲିଫୟାର ମ୍ୟାଚ ଖେଳାଯିବ ।