କନକ ବ୍ୟୁରୋ : ରବିବାର ମୁମ୍ବାଇରେ ଖେଳାଯାଈଥିବା ହାଇଭୋଲଟେଜ ମ୍ୟାଚରେ ରାଜସ୍ତାନ ରୟାଲ୍ସକୁ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋମାଞ୍ଚକଭରା ମ୍ୟାଚରେ ରାଜସ୍ଥାନକୁ ୬ ୱିକେଟରେ ହରାଇଛନ୍ତି ମୁମ୍ବାଇ । ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୭ ରନ ଆବଶ୍ୟକ ପଡୁଥିବା ବେଳେ ପ୍ରଥମ ତିନିଟି ବଲରେ ହ୍ୟାଟ୍ରିକ୍ ଛକା ମାରି ମୁମ୍ବାଇକୁ ବିଜୟ କରାଇଥିଲେ ଟିମ୍ ଡେଭିଡ୍ ।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଯଶଶୀ ଜୟସ୍ୱାଲଙ୍କ ୬୨ ବଲରୁ ବିସ୍ଫୋରକ ୧୨୪ ରନ ସଂଗ୍ରହ କରିଥିଲେ । ଫଳରେ ରାଜସ୍ଥାନ ୨୧୨ ରନ କରିବାର ସକ୍ଷମ ହୋଇଥିଲା । ମୁମ୍ବାଇ ପ୍ରଥମରୁ ରୋହିତ ଶର୍ମା ହରାଇ ଘାଟାରେ ପଡିଯାଈଥିଲା । ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିଷ୍ଫୋରକ ଅର୍ଦ୍ଧଶତକ ଏବଂ କ୍ୟାମେରେନ ଗ୍ରୀନଙ୍କ ଗୁରୁତ୍ୱପୂର୍ଣ୍ଣ ୪୪ ରନ ମୁମ୍ବାଇ ଭଲ ସ୍ମୋର କରିପାରିଥିଲା ।
କିନ୍ତୁ ଶେଷ ଆଡକୁ ୧୪ ବଲରୁୁ ୪୫ ରନ କରି ଦଳକୁ ଜିତାଇଥିଲେ ଟିମ ଡେଭିଡ । ସେହିପରି ଅନ୍ୟ ଏକ ମ୍ୟାଚରେ ହାଇ ସ୍କୋରିଂ ମ୍ୟାଚରେ ଶେଷ ବଲରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଛି ପଞ୍ଜାବ କିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦୦ ରନ କରିଥିବା ବେଳେ ମ୍ୟାଚ ଜିତିନେଇଥିଲା ପଞ୍ଜାବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/mumbai-indians-5.jpg)