କନକ ବ୍ୟୁରୋ: ବିଶ୍ୱର ସବୁ ବଡ ତଥା ଧନୀ କ୍ରିକେଟ୍ ଲିଗର ୧୬ ତମ ସିଜିନ୍ ଆରମ୍ଭ ହେବାକୁ ଆଉ ମାତ୍ର ୧୦ ଦିନ ସମୟ ବାକି ଅଛି । ଏହି ସିଜିନ୍ ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଐତିହାସିକ କୁହାଯାଉଥିବାବେଳେ, ଚଳିତ ସିଜିନ୍ ତାଙ୍କ ଆଇପିଏଲ୍ କ୍ୟାରିୟରର ଶେଷ ସିଜିନ୍ ବୋଲି ବି ଆଶା କରାଯାଉଛି । ତେବେ ଏହାରି ଭିତରେ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ତଥା ସିଏସକେର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ସେନ୍ ଓ୍ୱାଟସନ୍ ଧୋନୀଙ୍କ ଆଇପିଏଲ୍ କ୍ୟାରିୟରକୁ ନେଇ ବଡ ବୟାନ ରଖିଛନ୍ତି ।

Advertisment

ଦୋହାରେ ଲିଜେଣ୍ଡ ଲିଗ୍ କ୍ରିକେଟ୍ ଖେଳୁଥିବା ୱାଟସନଙ୍କ କହିବା କଥା, ଧୋନୀ ଏତେ ଫିଟ୍ ଅଛନ୍ତି ଯେ, ସେ ଆଗାମୀ ୩ରୁ ୪ଟି ସିଜିନ୍ ଆଇପିଏଲ୍ ଖେଳିପାରିବେ । ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ବାଇଟ୍ ଦେଇ ସେ କହିଛନ୍ତି, “ମୁଁ ଶୁଣୁଛି ଏ ବର୍ଷ ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ହୋଇପାରେ, ହେଲେ ମୋତେ ସେମିତି ଲାଗୁନି । ଧୋନୀ ଏବେ ବି ବହୁତ ଫିଟ୍ ଅଛନ୍ତି । ଆଗାମୀ ୩-୪ ବର୍ଷ ସେ ଖେଳ ଜାରି ରଖିପାରିବେ । ତାଙ୍କ କ୍ୟାପଟେନ୍ସି ମଧ୍ୟ ଶାନଦାର୍ ରହିଛି । ଗ୍ରାଉଣ୍ଡ ଉପରେ ତାଙ୍କର ଚାଲାକି ହିଁ, ତାଙ୍କ ସଫଳତା ପଛର କାରଣ ।”

ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଏଥିପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ପ୍ରସ୍ତୁତି ଚଳାଇଛନ୍ତି । ଏଥର ମଧ୍ୟ ଧୋନୀ ସିଏସକେର ନେତୃତ୍ୱ ନେବେ । ତେବେ ମ୍ୟାଚ୍ ପୂର୍ବରୁ ଟିମ୍ ଚେନ୍ନାଇର ଖେଳାଳିମାନେ ଚେପକରେ ପ୍ରାଟିସ୍ କରୁଥିବା ଦେଖିବାକୁ ମିଳିଛି ।