କନକ ବ୍ୟୁରୋ : ଆଜି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜରାଟ ଟାଇଟନସ୍ । ଦୁଇ ଦଳର ଅଧିନାୟକ ନିଜର ବିଚକ୍ଷଣ ରଣନୀତି ପାଇଁ ବେଶ୍ ପରିଚିତ । ଚେନ୍ନାଇ ଏଯାଏଁ ୪ ଥର ଆଇପିଏଲ ଟ୍ରଫି ବି ହାତେଇ ସାରିଛି । ମ୍ୟାଚର କୌଣସି ବି ସମୟରେ ମୋଡ଼ ବଦଳାଇବାରେ ମାହି ସକ୍ଷମ । ମୁମ୍ବାଇ ଇଣ୍ଡିଆନ୍ସ ହିଁ ସବୁଠୁ ଅଧିକ ୫ ଥର ଆଇପିଏଲ ଟ୍ରଫି ଜିତିଛି । ତେଣୁ ଏଥର ଟାଇଟେଲ ଜିତି ମୁମ୍ବାଇ ସହ ସମକକ୍ଷ ହେବାକୁ ସବୁ ପ୍ରକାର ଚେଷ୍ଟା କରିବ ଚେନ୍ନାଇ ।
ସେପଟେ ଏହା ଧୋନୀଙ୍କ ଶେଷ ଆଇପିଏଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଗୁଜରାଟ ଟାଇଟନ୍ସ ଖେଳାଳି ବି ଦମଦାର ଫର୍ମରେ ଅଛନ୍ତି । ଶୁଭମନ ଗିଲ ଏବେ ଯେଉର୍ ଫର୍ମରେ ଅଛନ୍ତି, ତାଙ୍କୁ କୌଣସି ଦଳର ବୋଲର ଭୟ କରିବା ସ୍ୱାଭାବିକ । ଏହାସହ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗତବର୍ଷ ବି ଟାଇଟଲ ଜିତିଥିଲା ଗୁଜରାଟ । ଏଥର ମଧ୍ୟ ଫାଇନାଲରେ ପହଂଚିଛି । ତେଣୁ ଚେନ୍ନାଇକୁ ହରାଇବାକୁ ସବୁ ପ୍ରକାର ରଣନୀତି ଓ କୌଶଳ ଖଟାଇବ ଗୁଜରାଟ । ବର୍ଷା ଯୋଗୁଁ ଗତକାଲି ବାତିଲ ହୋଇଥିଲା ମ୍ୟାଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/uh2thu28_ms-dhoni-and-hardik-pandya-bcci_625x300_28_May_23.webp)