କନକ ବ୍ୟୁରୋ: ଆଇପିଏଲ ନୂଆ ଦଳ ଅହମ୍ମଦାବାଦ ଏବେ ନିଜର ନୂଆ ନାମ ଘୋଷଣା କରିଛି । ଆଇପିଏଲ୍ ୨୦୨୨ରେ ସାମିଲ ହେବାକୁ ଥିବା ଏହି ଫ୍ରାଞ୍ଚାଇଜ୍ ନିଜର ନାମ ରଖିଛି ଅହମ୍ମଦାବାଦ୍ ଟାଇଟନ୍ସ । ତେବେ ସୋମବାର ଦଳ ସୋସିଆଲ୍ ମିଡିଆ ଜରିଆରେ ନିଜର ନାମ ଘୋଷଣା କରିଛି । ତେବେ ଚଳିତ ଥର ଆଇପିଏଲରେ ଆଉ ଦୁଇଟି ଦଳ ସାମିଲ ହେବାକୁ ଯାଉଛନ୍ତି । ଅହମ୍ମଦାବାଦ ଓ ଲକ୍ଷ୍ନୌ ଏଥର ଆଇପିଏଲରେ ଦୁଇଟି ଦଳ ଭାବେ ପ୍ରଥମ କରି ଭାଗ ନେବେ । ତେବେ ଲକ୍ଷ୍ନୌ ଦଳ ପୂର୍ବରୁ ନିଜର ନାଁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ଘୋଷଣା କରିଥିବାବେଳେ ଏବେ ଅହମ୍ମଦାବାଦ ମଧ୍ୟ ନିଜର ନାଁ ଘୋଷଣା କରିଛି ।
ସୂଚନାଯୋଗ୍ୟ ଯେ, ଅହମଦାବାଦ ଟିମର ମାଲିକାନା ସିବିସି କ୍ୟାପିଟାଲ ପାଖରେ ରହିଛି । ଦଳ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର କ୍ୟାପଟେନ୍ ମନୋନୀତ କରିଛି । ଏହାସହ ରସିଦ ଖାନ ଓ ଶୁଭମନ୍ ଗିଲ ମଧ୍ୟ ଦଳର ଷ୍ଟାର ପ୍ଲେୟାର ଭାବେ ବଛା ହୋଇଛନ୍ତି । ଦଳ ଏହି ତିନିଜଣ ଖେଳାଳିଙ୍କୁ ଯଥାକ୍ରମେ ୧୫ କୋଟି, ୧୫ କୋଟି ଓ ୮ କୋଟି ଦେଇ କିଣିନେଇଛି । ଫଳରେ ଦଳ ଆଉ ୫୨ କୋଟି ଟଙ୍କାରେ ଅନ୍ୟ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣିବ ।
ଆଇପିଏଲ୍ ୨୦୨୨ର ଖେଳାଳି ମେଗା ନିଲାମୀ ପ୍ରକ୍ରିୟା ୧୨ ଓ ୧୩ ତାରିଖରେ ହେବାକୁ ଅଛି । ବେଙ୍ଗାଳୁରୁରେ ଏହି ମହାନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଯେଉଁଥିରେ ୫୯୦ ଜଣ ଖେଳାଳି ଭାଗ ନେବାକୁ ଥିବାବେଳେ ଏହା ଭିତରେ ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳି ସାମିଲ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/pjimage-11.jpg)