କନକ ବ୍ୟୁରୋ: ଭାରତରେ ଖେଳାଯିବ ୨୦୨୨ ଆଇପିଏଲ । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଚେନ୍ନାଇ ସୁପର କିଙ୍ଗସ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଏହି ସୂଚନା ଦେଇଛନ୍ତି ଜୟ ଶାହା । ତେବେ ସେ ଖୁବ ଶୀଘ୍ର ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନ ହେବ ବୋଲି ସୂଚନା ମଧ୍ୟ ଦେଇଛନ୍ତି ।
କରୋନା ମହାମାରୀ ଯୋଗୁଁ ଆଇପିଏଲର ୧୩ତମ ସଂସ୍କରଣ ଓ ୧୪ତମ ସଂସ୍କରଣର ଅଧା ମ୍ୟାଚ ୟୁଏଇରେ ଖେଳାଯାଇଥିଲା । ବର୍ତ୍ତମାନ ୧୫ତମ ସଂସ୍କରଣ ଭାରତରେ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜୟ ଶାହା । ଏହାସହ ୨୦୨୨ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ ସାମିଲ ହେବେ ଏହାକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/IPL-Trophy-1.jpg)