କନକ ବ୍ୟୁୁରୋ: ଆଇପିଏଲର ଲିଗ୍ ପର୍ଯ୍ୟାୟ ଶେଷ ହୋଇସାରିଛି । ଟପ୍-୪ ଟିମ୍ ଏବେ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ହେଲେ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ଚଳିତ ଥର ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲଗାତାର ଦୁଇଟି ସିଜିନରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦଳ ଅର୍ଜୁନ ତେନ୍ଦୁଲକରଙ୍କୁ ଦଳରେ ସାମିଲ କରିଥିଲେ ବି, ଗୋଟିଏ ମ୍ୟାଚରେ ସୁଯୋଗ ଦେଇନି ।
ଗତବର୍ଷ ୧୦ ଲକ୍ଷ ଟଙ୍କା ଆଉ ଚଳିତ ବର୍ଷ ୨୦ ଲକ୍ଷ ଟଙ୍କା ଦେଇ ଅର୍ଜୁନ ତେନ୍ଦୁଲକରଙ୍କୁ ନିଜ ଦଳରେ ସାମିଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର ଆଇପିଏଲ ଡେବ୍ୟୁ କରିବା ସ୍ୱପ୍ନ , ସେହି ସ୍ୱପ୍ନରେ ହିଁ ରହିଯାଇଛି । ଆଉ ଏହାକୁ ଦେଖି ଏବେ ଅର୍ଜୁନଙ୍କ ଭଉଣୀ ସାରା ତେନ୍ଦୁଲକର ତାଙ୍କ ଭାଇର ସାହାସ ବଢାଉଛନ୍ତି ।
ମୁମ୍ବାଇର ଶେଷ ଲିଗ୍ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଖେଳାଳିମାନଙ୍କୁ ପାଣି ବାଣ୍ଟୁଥିବା ବେଳର ଏକ ଫଟୋ ସେୟାର କରି, ସାରା ତେନ୍ଦୁଲକର ତାଙ୍କ ଭାଇଙ୍କୁ ସାହାସ ଦେଇଛନ୍ତି । ଆଉ ଏହି ଫଟୋରେ ସେ ଫିଲ୍ମ ‘ଗଲିବୟ’ର ଗୀତ ‘ଅପନା ଟାଇମ୍ ଆଏଗା’ ମଧ୍ୟ ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଇପିଏଲର ଅଧିକାଂଶ ଦଳ ଏଥର ଅନେକ ନୂଆ ମୁହଁଙ୍କୁ ସୁଯୋଗ ଦେଇଥିଲେ । ଅନେକ ନୂଆ ଖେଳାଳି ମଧ୍ୟ ଏଥର ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିିଲେ । ହେଲେ ମୁମ୍ବାଇ ଦଳରେ ଥିବା ଅର୍ଜୁନ ତେନ୍ଦୁଲକର କିନ୍ତୁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରିନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/05/60-1.jpg)