କନକ ବ୍ୟୁରୋ : ଆଇପିଏଲ ଅକ୍ସନରେ ୨ ଓଡ଼ିଆ ଖେଳାଳୀ । ଚଳିତ ଆଇପିଏଲ ପାଇଁ ହେବାକୁ ଥିବା ଖେଳାଳୀ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛି ୨ଜଣ ଓଡ଼ିଆ ଖେଳାଳୀଙ୍କ ନାଁ । ଏହିଦୁଇ ଜଣ ହେଉଛନ୍ତି, ଓଡ଼ିଶାର ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଏବଂ ଅଭିଷେକ ରାଉତ । ତେବେ ଏହି ଦୁଇ ଖେଳାଳୀଙ୍କୁ କେଉଁ ଫ୍ରାଞ୍ଚାଇଜ୍ ନିଜ ଦଳରେ ସାମିଲ କରୁଛନ୍ତି, ତାକୁ ହିଁ ଅପେକ୍ଷା ।
ତେବେ ଚଳିତ ଆଇପିଏଲ ନିଲାମୀ ପ୍ରକ୍ରିୟା ପାଇଁ ୫ଜଣଙ୍କ ନାଁ ସୁପାରିଶ କରିଥିଲା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) । ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଏବଂ ରାଜେଶ ମହାନ୍ତିଙ୍କ ନାଁ ସୁପାରିଶ କରିଥିଲା ଓସିଏ । ତେବେ ଶୁଭ୍ରାଂଶୁ ସେନାପତି ଏବଂ ଅଭିଷେକ ରାଉତଙ୍କ ନାଁ ଅକ୍ସନ ପାଇଁ ଚୟନ ହୋଇଛି ।
🚨 NEWS 🚨: IPL 2022 Player Auction list announced
The Player Auction list is out with a total of 590 cricketers set to go under the hammer during the two-day mega auction which will take place in Bengaluru on February 12 and 13, 2022.
More Details 🔽https://t.co/z09GQJoJhW pic.twitter.com/02Miv7fdDJ
— IndianPremierLeague (@IPL) February 1, 2022
ଅଭିଷେକ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ମ୍ୟାଚ୍ ଖେଳିଥିବା ବେଳେ ଶୁଭ୍ରାଂଶୁଙ୍କୁ ଟ୍ରାଏଲ୍ସ ପାଇଁ ଡାକିଥିଲା ଚେନ୍ନାଇ ସୁପରକିଙ୍ଗସ । ଅନେକ ମ୍ୟାଚରେ ଓଡ଼ିଶାକୁ ବିଜୟୀ କରାଇଛନ୍ତି ଶୁଭ୍ରାଂଶୁ । ରଣଜୀ ଏବଂ ବିଜୟ ହଜାରେ ଟ୍ରଫିରେ ତାଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଭଲ ରହିଛି । ତେବେ ଶୁଭ୍ରାଂଶୁ ସେନାପତିଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଥିବା ବେଳେ, ଅଭିଷେକ ରାଉତଙ୍କ ବେସ୍ ପ୍ରାଇସ୍ ମଧ୍ୟ ୨୦ ଲକ୍ଷ ଟଙ୍କା ରହିଛି ।