ଆଇପିଏଲ ନିଲାମୀରେ ହୋଇପାରେ ବିଳମ୍ବ । ଜାଣନ୍ତୁ କେବେ ହୋଇପାରେ ଅକ୍ସନ ।

ଆଇପିଏଲ ନିଲାମୀରେ ହୋଇପାରେ ବିଳମ୍ବ । ଜାଣନ୍ତୁ କେବେ ହୋଇପାରେ ଅକ୍ସନ ।

Image Courtesy - indianexpress.com

କନକ ବ୍ୟୁରୋ : ଆଇପିଏଲ୍ ୨୦୨୨ ପାଇଁ କ୍ରୀଡାପ୍ରେମୀଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା । କାରଣ ଏଥର ଆଇପିଏଲରେ ଯୋଡି ହୋଇଛନ୍ତି ଆଉ ଦୁଇଟି ନୂଆ ଟିମ୍ । ତେବେ ଏହାରି ଭିତରେ ଆଇପିଏଲକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଆଇପିଏଲ ୨୦୨୨ ପାଇଁ ନିଲାମୀ ପ୍ରକ୍ରିୟାରେ ୨-୩ ସପ୍ତାହ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଜାନୁଆରୀ ପ୍ରଥମ ସପ୍ତାହରେ ହେବାର ଥିଲା ଆଇପିଏଲ୍ ଅକ୍ସନ । କିନ୍ତୁ ଏବେ ଏହା ଜାନୁଆରୀ ଚତୁର୍ଥ ସପ୍ତାହରେ ହୋଇପାରେ ବୋଲି କୁହାଯାଉଛି । ଦୁଇଟି ନୂଆ ଦଳ ସାମିଲ ହୋଇଥିବାର, ନିଲାମୀ ପ୍ରକ୍ରିୟାରେ ବିଳମ୍ବ ହେବା ନେଇ ସୂଚନା ମିଳିଛି । ତେବେ ଚଳିତ ଆଇପିଏଲରେ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଦୁଇ ନୂଆ ଦଳ ଭାବେ ମୈଦାନକୁ ଓହ୍ଲାଇବେ । ଏଥର ୮ଟି ନୁହେଁ, ୧୦ଟି ଦଳ ମଧ୍ୟରେ ହେବ ଦମଦାର ଟକ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe