ରିଟେନସନ୍ ତାଲିକା ଘୋଷଣା କଲେ ଫ୍ରାଞ୍ଚାଇଜ୍‌ : ଜାଣନ୍ତୁ କିଏ ସବୁଠୁ ଦାମୀ ଖେଳାଳୀ ?

577

କନକ ବ୍ୟୁରୋ : ଆଇପିଏଲ୍ ୨୦୨୨ର ମେଗା ନିଲାମ ପୂର୍ବରୁ ସମସ୍ତ ପୁରୁଣା ଦଳ ଖେଳାଳି ରିଟେନ୍ ତାଲିକା ପ୍ରକାଶ କରିଛନ୍ତି । ଆଇପିଏଲ୍ ୨୦୨୨ ରେ ମୋଟ୍ ୧୦ଟି ଦଳ ଭାଗ ନେବେ । ଡିସେମ୍ବର ମଙ୍କସର ଶେଷ ସପ୍ତାହ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ମେଗା ନିଲାମ ହେବ । ଡେଭିଡ୍ ୱାର୍ଣ୍ଣର, କାଗିଶୋ ରାବାଡା, ଆରୋନ ଫିଂଚ, ସକିବ୍ ଅଲ୍ ହସନ୍, ଫର୍ଗୁସନ୍, ବୋଲ୍ଟ, ସାଉଦି ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଲୋକେଶ ରାହୁଲ, ଶିଖର ଧାୱନ, ସୁଭମନ୍ ଗିଲ୍, ମହମ୍ମଦ ସାମି, ଭୁବନେଶ୍ୱର କୁମାରଙ୍କ ଉପରେ ଫ୍ରାଂଚାଇଜିଙ୍କ ନଜର ରହିବ ।

ପଞ୍ଜାବ ପାଇଁ ଖେଳୁଥିବା ରାହୁଲଙ୍କ ରିଟେନ୍ ରଖିନି ଦଳ । ସେ ଅକ୍ସନରେ ଯିବାକୁ ଚାହୁଁଥିବା କହିଛନ୍ତି ଅନିଲ କୁମ୍ବଲେ । ହାଇଦ୍ରାବାଦ ଯୁବ ବୋଲର ଉଷ୍ମନ୍ ମଲ୍ଲିକଙ୍କୁ ରିଟେନ୍ କରିଥିବା ବେଳେ କେକେଆଇର ଗିଲ୍ ଓ ମୋର୍ଗାନଙ୍କୁ ଛାଡିଛି । ଏବେ କେଉଁ ଖେଳାଳି କେଉଁ ଦଳକୁ ଯାଉଛନ୍ତି ତାହା ଉପରେ ନଜର ରହିବ ।

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା ୧୬ କୋଟି, ଯଶ୍‌ପ୍ରୀତ୍‌ ବୁମ୍‌ରା ୧୨ କୋଟି, ସୂର୍ଯ୍ୟକୁମାର ଯାଦବ ୮ କୋଟି, କିରଣ ‌ପୋଲାର୍ଡ ୬ ‌କୋଟି, ବଳକା ୪୮ କୋଟି

ଚେନ୍ନାଇ ସୁପର କିଙ୍ଗ୍‌ସ : ରବୀନ୍ଦ୍ର ଜାଦେଜା ୧୬ କୋଟି, ମହେନ୍ଦ୍ର ସିଂହ ଧୋନି ୧୨ କୋଟି, ମୋଇନ୍‌ ଅଲ୍ଲୀ ୮ କୋଟି, ଋତୁରାଜ ଗାଏକ୍ବାଡ ୬ କୋଟି, ବଳକା ୪୮ କୋଟି

କୋଲ୍‌କାତା ନାଇଟ୍‌ ରାଇଡର୍ସ : ଆନ୍ଦ୍ରେ ରସେଲ ୧୨ କୋଟି, ମୋଟ ରାଶିରୁ ୧୬ କୋଟି କଟିବ, ବରୁଣ ଚକ୍ରବର୍ତ୍ତୀ ୮ କୋଟି, ୧୨ କୋଟି କଟିବ, ଭେଙ୍କଟେଶ ଆୟର ୮ କୋଟି, ସୁନିଲ ନାରାୟଣ ୬ କୋଟି, ବଳକା ୪୮ କୋଟି

ସନ୍‌ରାଇଜର୍ସ ହାଇଦ୍ରାବାଦ : କେନ୍‌ ୱିଲିୟମ୍‌ସନ୍‌ ୧୪ କୋଟି, ଅବଦୁଲ ସମଦ ୪ କୋଟି , ଉମ୍ରାନ ମଲ୍ଲିକ ୪ କୋଟି , ବଳକା ୬୮ କୋଟି

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ବିରାଟ କୋହଲି ୧୫ କୋଟି, ଗ୍ଲେନ୍‌ ମ୍ୟାକ୍ସୱେଲ ୧୧ କୋଟି, ମହମ୍ମଦ ସିରାଜ ୭ କୋଟି , ବଳକା ୫୭ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ୍‌ ୧୬ କୋଟି, ଅକ୍ଷର ପଟେଲ ୯ କୋଟି, ମୋଟରୁ ୧୨ କୋଟି କଟିବ, ପୃଥ୍ବୀ ସ’ ୭.୫ କୋଟି, ୮କୋଟି କଟିବ, ଅନ୍‌ରିକ୍‌ ନର୍ଖିୟା ୬.୫ କୋଟି, ବଳକା ୪୭.୫ କୋଟି

ରାଜସ୍ଥାନ ରୟାଲ୍‌ସ : ସଞ୍ଜୁ ସାମ୍‌ସନ୍‌ ୧୪ କୋଟି, ଜୋସ୍‌ ବଟଲର୍‌ ୧୦ କୋଟି, ଯଶସ୍ବୀ ଜୟସ୍ବାଲ ୪ କୋଟି, ବଳକା ୬୨ କୋଟି

ପଞ୍ଜାବ କିଙ୍ଗ୍ସ : ମୟଙ୍କ ଅଗ୍ରୱାଲ ୧୨ କୋଟି, ମୋଟରୁ ୧୪ କୋଟି କଟିବ, ଅର୍ଶଦୀପ ସିଂହ ୪ କୋଟି, ବଳକା ୭୨ କୋଟି