ଦେଶରେ କରୋନା ସ୍ଥିତି ସାଘାଂତିକ : ତଥାପି କାଲିଠାରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର

ଆଇପିଏଲର ଚତୁର୍ଦଶ ସଂସ୍କରଣରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଓ ରୟାଏଲ ଚ୍ୟାଲେଂଜରସ ବାଙ୍ଗଲୋର

137

କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ କାଲିଠାରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଆଇଏପିଏଲ ଚତୁର୍ଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ତେବେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଜୈବ ବଳୟ ଭିତରେ ଆୟୋଜନ ହେବ ଏହ ବିଶ୍ୱସ୍ତରୀୟ ଲିଗ ଏବଂ ବିନା ଦର୍ଶକରେ ହେବା ସମ୍ଭାବନା ଅଧିକ । କରୋନା ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବାବେଳେ ଆପିଏଲର ଆୟୋଜନକୁ ଅନେକ ନାପସନ୍ଦ କରୁଛନ୍ତି । ହେଲେ କ୍ରିକେଟ ପ୍ରେମୀମାନେ ଏହାକୁ ନେଇ ବେଶ ଉତ୍ସାହିତ । ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ ମ୍ୟାଚକୁ ୟୁଏଇ ନେଇ ଯାଇଥିଲା ବିସିସିଆଇ ।

ହେଲେ ଏଥର ଦେଶ ଭିତରେ ୬ଟି ଷ୍ଟାଡିୟମରେ ମ୍ୟାଚ୍ କରିବାକୁ ଯୋଜନା କରିଛି ବିସିସିଆଇ । ହେଲେ ୱାଙ୍ଖଡେରେ ଏକାଧିକ ଗ୍ରାଉଣ୍ଡସମ୍ୟାନ କରୋନା ସଂକ୍ରମିତ ହେବାପରେ ଏଠାରେ ଖେଳ ହେବା ନେଇ ଦ୍ୱନ୍ଦ୍ୱ ରହିଛି । ସେହିପରି ଇଭେଂଟ ମ୍ୟାନେଜମେଂଟ ଅଧିକାରୀଙ୍କଠୁ ଆରମ୍ଭ କରି ଏକଧିକ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚଳିତଥର ଆଇପିଏଲ ଆୟୋଜନ ବଡ ଚ୍ୟାଲେଞ୍ଜ ହୋଇ ରହିଛି ।