କନକ ବ୍ୟୁରୋ: ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । କରୋନା ସଂକ୍ରମଣ ବଢୁଥିବା ଦେଖି ବିସିସିଆଇ ଏନେଇ ବଡ ନିଷ୍ପତ୍ତି ନେଇଛି । ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଲଙ୍ଘିବାରେ ଲାଗିଲାଣି । ତେଣୁ ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକ ଭର୍ତ୍ତି ହେବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହୁଛି । ତେଣୁ ଏହା ଉପରେ ଦୃଷ୍ଟି ରଖି ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏ ସମ୍ପର୍କରେ ସୂଚନା ଦେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି, କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ବିସିସିଆଇ ମଧ୍ୟ ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି । କେବଳ ୬ଟି ଷ୍ଟାଡିୟମରେ ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ ବୋଲି ରାଜୀବ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ବିନା ଦର୍ଶକରେ ହେବ ଆଇପିଏଲ୍ । ସୂଚନା ଦେଲେ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା । ବଢୁଥିବା ସଂକ୍ରମଣ ଦେଖି ବିସିସିଆଇର ବଡ ନିଷ୍ପତ୍ତି । କେବଳ ୬ଟି ଷ୍ଟାଡିୟମରେ ଖେଳାଯିବ ଆଇପିଏଲର ସମସ୍ତ ମ୍ୟାଚ୍ ।#IPL #KanakNews pic.twitter.com/pC9PwJ4qUW
— Kanak News (@kanak_news) April 4, 2021
ଗତଥର ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ୟୁଏଇରେ ଆଇପିଏଲ୍ ଆୟୋଜନ ହୋଇଥିଲା । ଗତଥର ମଧ୍ୟ ଦର୍ଶକମାନେ ଷ୍ଟାଡିୟମରେ ଖେଳ ଦେଖିବାର ମଜା ଉଠାଇପାରିନଥିଲେ । ଚଳିତ ବର୍ଷ ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବା ନିଷ୍ପତ୍ତି ଫ୍ୟାନ୍ସମାନଙ୍କୁ ନିରାଶ କରିଛି ।