କନକ ବ୍ୟୁରୋ: ସରିଛି ପ୍ରତିକ୍ଷା ଆରମ୍ଭ ହୋଇଛି ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ବନାମ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର । ତେଣୁ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଦଳ । ମୁମ୍ବାଇ ଚଳିତ ବର୍ଷ ହାଟ୍ରିକ ଟାଇଟଲ ଲକ୍ଷ୍ୟରେ ଥିବା ବେଳେ । ବିରାଟ ବାହିନୀ ପ୍ରଥମ ଟାଇଟ ଲକ୍ଷ୍ୟରେ ରହିଛି ।

Advertisment

ମୁମ୍ବାଇରେ ରୋହିତ ଶର୍ମା, କ୍ରିସ ଲିନ, ଇଶାନ କିଷାନ, କିରଣ ପୋଲାର୍ଡ, ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବ୍ୟାଟ୍ସମ୍ୟାନ ଥିବା ବେଳେ ବାଙ୍ଗାଲୋର ଟିମରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସୱେଲ ଓ ଡାନିଏଲ କ୍ରିଷ୍ଟିଆନଙ୍କ ଭଳି ଖେଳାଳି ରହିଛନ୍ତି ।