କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଟୁର୍ଣ୍ଣାମେଣ୍ଟର ଖେଳାଳି ନିଲାମ ପ୍ରକ୍ରିୟା ଆସନ୍ତା ଫେବୃଆରୀ ୧୮ ତାରିଖରେ ହେବ । ଏନେଇ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଏଥର ଚେନ୍ନାଇରେ ଖେଳାଳିମାନଙ୍କର ମିନି ନିଲାମ ପ୍ରକ୍ରିୟା ହେବ ବୋଲି କୁହାଯାଇଛି ।
ଆଇପିଏଲ୍ ନିଲାମ ପ୍ରକ୍ରିୟା ପୂର୍ବରୁ ଖେଳାଳିମାନଙ୍କର ରିଲିଜ୍ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆରୀ ୨୦ ତାରିଖ ଏହାର ଶେଷ ଦିନ ଥିଲା । ତେବେ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଖେଳାଳିମାନଙ୍କର ଟ୍ରେଡିଂ ଅଥବା ଦଳ ଅଦଳ ବଦଳ ଜାରି ରହିବ ।
ଏଥର ସମସ୍ତ ଫ୍ରାଞ୍ଚାଇଜ୍ ୧୩୯ ଜଣ ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି ଆଉ ୫୭ ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛନ୍ତି । ଏହି ଖେଳାଳିଙ୍କ ସହିତ ଆଉ କିଛି ନୂଆ ଖେଳାଳିଙ୍କୁ ମିଶାଇ ଏଥର ନିଲାମ ପ୍ରକ୍ରିୟା ବସିବ । ଖେଳାଳି ମାନଙ୍କର ରିଲିଜ୍ ପ୍ରକ୍ରିୟାରେ ଏଥର ରାଜସ୍ଥାନ ରୟାଲ୍ସ ଷ୍ଟିଭ୍ ସ୍ମିଥ୍ , ପଞ୍ଜାବ ଦଳ ଗ୍ଲେନ୍ ମ୍ୟାକ୍ସୱେଲ ଓ ଚେନ୍ନାଇ ଦଳ ହରଭଜନ ସିଂହଙ୍କ ଭଳି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/2-32.jpg)