ଆଇପିଏଲ ଟକ୍କର: ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ-ରାଜସ୍ଥାନ

103

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ ଓ ରାଜସ୍ଥାନ । ଏହି ମ୍ୟାଚରେ କଡା ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚରେ ଜିତି ଦିଲ୍ଲୀ ନିଜ ୧ ନମ୍ବର ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ । ସେହିପରି ରାଜସ୍ଥାନ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବା ପାଇଁ ଏହି ମ୍ୟାଚରେ ପ୍ରୟାସ କରିବ ।

ଏହି ଆଇପିଏଲରେ ଦୁଇଥର  ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ମାତ ଦେଇଥିଲା ରାଜସ୍ଥାନ । ତେବେ ଏହି ମ୍ୟାଚରେ ଉଭ୍ୟ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ।

ଦିଲ୍ଲୀ ଚଳିତ ଆଇପିଏଲରେ ୯ଟି ମ୍ୟାଚ ଖେଳି ୭ଟି ବିଜୟ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ୮ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।