ପୁଣି ସ୍ଥଗିତ ରହିଲା ଆଇପିଏଲ୍ ୨୦୨୦ ସଂସ୍କରଣ । ତାଲାବନ୍ଦ ଅବଧି ବଢ଼ିବା ଯୋଗୁଁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଫଟାଫଟ୍ କ୍ରିକେଟକୁ ସ୍ଥଗିତ ରଖିଲା ବିସିସିଆଇ ।

Advertisment
ପୁଣି ସ୍ଥଗିତ ରହିଲା ଆଇପିଏଲ୍ ୨୦୨୦ ସଂସ୍କରଣ । ତାଲାବନ୍ଦ ଅବଧି ବଢ଼ିବା ଯୋଗୁଁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଫଟାଫଟ୍ କ୍ରିକେଟକୁ ସ୍ଥଗିତ ରଖିଲା ବିସିସିଆଇ ।

କନକ ବ୍ୟୁରୋ: ଆଇପିଏଲ୍ ୨୦୨୦ ସଂସ୍କରଣ ସ୍ଥଗିତ । କରୋନା ଭାଇରସ୍ ମୁକାବିଲା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ବୃଦ୍ଧି କରିବା ପରେ ପୁଣି ସ୍ଥଗିତ ରହିଲା ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୦ । ତେବେ ଆଇପିଏଲ୍ ୨୦୨୦ର ଭବିଷ୍ୟତ ବିଷୟରେ ଏବେ କୌଣସି ସ୍ପଷ୍ଟତା ପରିଲକ୍ଷିତ ହେଉନାହିଁ। ଆସନ୍ତା ୩ ତାରିଖ ପରେ ବିସିସିଆଇ ପରିସ୍ଥିତିର ସମୀକ୍ଷା କରିବ। ତେବେ ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ ବା ଆଇପିଏଲ୍ ଅନିର୍ଦ୍ଦିଷ୍ଟକାଳ ଯାଏଁ ସ୍ଥଗିତ କରାଯାଇଛି ।

ବଡ଼କଥା ହେଲା କି, ବିଶ୍ୱରେ ଅନେକ ଦେଶଙ୍କ ପାଇଁ ଚ୍ୟାଲେଞ୍ଜଭାବେ ଛିଡ଼ା ହୋଇଥିବା କରୋନା ମୁକାବିଲାରେ ବ୍ୟସ୍ତ ବିବ୍ରତ । ତେବେ ମାର୍ଚ୍ଚ ୨୯ ତାରିଖରେ ଖେଳାଯିବାକୁ ଥିବା ଆଇପିଏଲ୍ ୨୦୨୦ ପ୍ରଥମେ ଏପ୍ରିଲ୍ ୧୫ ଯାଏଁ ବାତିଲ କରାଯାଇଥିଲା । ଭାରତ ସରକାର ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ କରୋନା ସ୍ଥିତି କେବେ ସୁଧୁରିବ। କେବେ ତାଲାବନ୍ଦ ଖୋଲିବ ସେନେଇ କୈଣସି ଶୁନିଶ୍ଚିତତା ଜଣା ନପଡ଼ିବାରୁ ଏ ବର୍ଷ ଆଇପିଏଲ ହେବ କି ନାହିଁ ସେଇ ଆଶଙ୍କାରେ କୀଡ଼ା ପ୍ରେମୀ।

ଅନ୍ୟପଟେ ମେ’ ଦ୍ୱିତୀୟ ସପ୍ତାହ ପରଠାରୁ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ତେଣୁ ବିଦେଶୀ ଖେଳାଳିମାନେ ନିଜ ଦେଶ ପାଇଁ ମ୍ୟାଚ୍ ଖେଳିବାକୁ ଅଧିକ ଆଗ୍ରହ ପ୍ରକାଶ କରି ଆଇପିଏଲ ଖେଳିବାକୁ ଭାରତ ନ ଆସି ପାରନ୍ତି ବୋଲି ଆଶଙ୍କା ମଧ୍ୟ ରହୁଛି । ସେପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଲାବନ୍ଦ ସମୟରେ କହିଥିଲେ କି, ସାରା ବିଶ୍ୱରେ ଜୀବନଯାତ୍ରା ସ୍ୱାଭାବିକ ହେବା ପରେ ହିଁ ଭାରତରେ ଆଇପିଏଲକୁ ନେଇ ବିଚାର କରାଯିବ । ଆମେ ସ୍ଥିତି ଉପରେ ନଜର ରଖିଛୁ। ବର୍ତ୍ତମାନ ସ୍ଥିତିରେ ଆମେ କିଛି ବି କହିପାରିବୁ ନାହିଁ। ବିମାନବନ୍ଦର ବନ୍ଦ, ଲୋକମାନେ ଘରେ ଅଛନ୍ତି, ଏପରିକି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ବାରଣ କରାଯାଇଛି। ତେଣୁ ଏଭଳି ସ୍ଥିତିରେ ସ୍ଥିତିରେ ଆଇପିଏଲ ଉପରେ ନିଷ୍ପତ୍ତି ନେବା ଠିକ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe