ଆଇପିଏଲ୍ ଟକ୍କର: ଆଜି ଦୁବାଇରେ ଦମଦାର୍ ମ୍ୟାଚ୍, ଆରସିବିକୁ ଭେଟିବ ପଞ୍ଜାବ୍ । ବିଜୟଧାରା ବଜାୟ ରଖିବ କି ବିରାଟବାହିନୀ?

122

କନକ ବ୍ୟୁରୋ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ରହିଛି ଗୋଟିଏ ମ୍ୟାଚ୍ । ରୟାଲ୍ ଚାଲେଂଜର୍ସ ବାଙ୍ଗାଲୋରକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଂଜାବ । ରାତି ସାଢେ ୭ଟାରେ ଦୁବାଇରେ ଖେଳାଯିବ ମ୍ୟାଚ୍ । ନିଜର ପ୍ରଥମ ମ୍ୟାଚରେ ଆରସିବି, ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା । ତେଣୁ ଦଳ ପଂଜାବ ବିପକ୍ଷରେ  ବିଜୟ ଧାରା ଜାରି ରଖିବାକୁ ଉଦ୍ୟମ କରିବ ।

ସେପଟେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଅଳ୍ପକେ ବିଜୟ ହାତଛଡା କରିଥିବା କେ ଏଲ୍ ରାହୁଲଙ୍କ କେ.ଏଲ ରାହୁଲଙ୍କ କିଙ୍ଗସ୍ ଇଲେଭେନ୍ ପଂଜାବ , କୋହଲି ବ୍ରିଗେଡକୁ କଡା ଟକ୍କର ଦେବାକୁ ଉଦ୍ୟମ କରିବ । ଦଳ ପ୍ରଥମ ମ୍ୟାଚରେ ବିଜୟର ଅଳ୍ପ ଦୂରରୁ ସୁଯୋଗ ହାତଛଡ଼ା କରିଥିବା ତ୍ରୁଟିକୁ ନଦୋହରାଇବାକୁ ଚାହିଁବ । ତେବେ ସନ୍ଧ୍ୟାରେ ଦୁବାଇରେ ଖେଳାଯିବାକୁ ଥିବ ବାଙ୍ଗାଲୋର ଓ ପଂଜାବ ମଧ୍ୟରେ ମ୍ୟାଚ୍ ଯଥେଷ୍ଟ ରୋମାଂଚକର ହେବା ଆଶା କରାଯାଉଛି ।