କନକ ବ୍ୟୁରୋ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ରହିଛି ଗୋଟିଏ ମ୍ୟାଚ୍ । ରୟାଲ୍ ଚାଲେଂଜର୍ସ ବାଙ୍ଗାଲୋରକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଂଜାବ । ରାତି ସାଢେ ୭ଟାରେ ଦୁବାଇରେ ଖେଳାଯିବ ମ୍ୟାଚ୍ । ନିଜର ପ୍ରଥମ ମ୍ୟାଚରେ ଆରସିବି, ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା । ତେଣୁ ଦଳ ପଂଜାବ ବିପକ୍ଷରେ ବିଜୟ ଧାରା ଜାରି ରଖିବାକୁ ଉଦ୍ୟମ କରିବ ।
ସେପଟେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଅଳ୍ପକେ ବିଜୟ ହାତଛଡା କରିଥିବା କେ ଏଲ୍ ରାହୁଲଙ୍କ କେ.ଏଲ ରାହୁଲଙ୍କ କିଙ୍ଗସ୍ ଇଲେଭେନ୍ ପଂଜାବ , କୋହଲି ବ୍ରିଗେଡକୁ କଡା ଟକ୍କର ଦେବାକୁ ଉଦ୍ୟମ କରିବ । ଦଳ ପ୍ରଥମ ମ୍ୟାଚରେ ବିଜୟର ଅଳ୍ପ ଦୂରରୁ ସୁଯୋଗ ହାତଛଡ଼ା କରିଥିବା ତ୍ରୁଟିକୁ ନଦୋହରାଇବାକୁ ଚାହିଁବ । ତେବେ ସନ୍ଧ୍ୟାରେ ଦୁବାଇରେ ଖେଳାଯିବାକୁ ଥିବ ବାଙ୍ଗାଲୋର ଓ ପଂଜାବ ମଧ୍ୟରେ ମ୍ୟାଚ୍ ଯଥେଷ୍ଟ ରୋମାଂଚକର ହେବା ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/post_image_21b00c6.jpg)