ଚେନ୍ନାଇର ଶାନଦାର୍ କମବ୍ୟାକ୍: ପଞ୍ଜାବକୁ ପାଣି ପିଆଇ କୌଣସି ୱିକେଟ୍ ନହରାଇ ୧୭୯ ରନକୁ ସହଜରେ ହାସଲ କଲା ଧୋନୀ ବାହିନୀ ।

475

କନକ ବ୍ୟୁରୋ: ସୁପର ସଣ୍ଡେରେ ଶାଦାର ସୋ’ । ଦୁବାଇରେ ରେକର୍ଡ କଲା ଚେନ୍ନାଇ, ୧୦ ୱିକେଟରେ ପଞ୍ଜାବ ବିପକ୍ଷରେ ମ୍ୟାଚ୍ ଜିତିନେଲା ଧୋନୀ ବାହିନୀ । ଫାଫ୍ ଡୁପ୍ଲେସି, ଶେନ୍ ୱାଟସନ୍ ଙ୍କ ଶାନଦାର ଭାଗିଦାରୀରେ ୧୭୯ ରନର ବିଜୟ ଲକ୍ଷକୁ ୧୭ ଓଭର ୪ଟି ବଲରେ ବିନା କୌଣସି ୱିକେଟ ହରାଇ ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗସ ।

ତେବେ ପ୍ରଥମେ ଟସ୍ ଜିଣି ପଞ୍ଜାବ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦ ଓଭର ଖେଳି ଦଳ ଧୋନୀ ବାହିନୀ ସାମ୍ନାରେ ୧୭୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଜବାବରେ ଚେନ୍ନାଇର ଫାଫ୍ ଡୁପ୍ଲେସି ଓ ଶେନ୍ ୱାଟସନ୍ ଙ୍କ ଦମଦାର ଇନିଂସ ସହାୟତରେ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ବିଜୟ ହାସଲ କରିଛି ।