ଆଇପିଏଲ ଟକ୍କର : ଆଜି ଚେନ୍ନାଇକୁ ଫେରିପାରନ୍ତି ଅମ୍ବାତି ରାଇଡୁ, ବ୍ରାଭୋ । ହାଇଦ୍ରାବାଦ ସହ ହେବ ମୁହାଁମୁହିଁ ।

183

କନକ ବ୍ୟୁରୋ : ଆଜି ଆଇପିଏଲ ଟକ୍କରରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ । ଆଜିର ମ୍ୟାଚରେ ଅମ୍ବାତି ରାଇଡୁ ଓ ଡ୍ୱେନ ବ୍ରାଭୋ ଚେନ୍ନାଇକୁ ଫେରିପାରନ୍ତି । କାରଣ ଉଭୟ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପାଇଁ ଅଭ୍ୟାସ କରୁଥିବାର ନଜର ଆସିଥିଲେ । ଚେନ୍ନାଇର ଏହି ଦୁଇ ଷ୍ଟାର ଖେଳାଳି ଆହତ ସମସ୍ୟା ଯୋଗୁଁ ମ୍ୟାଚରୁ ବାଦ ପଡିଥିଲେ ।

ତେବେ ଏହି ଦୁଇ ଖେଳାଳି ଦଳକୁ ଫେରିଲେ ଦଳର ଆତ୍ମବିଶ୍ୱାସ ବଢିବ । କାରଣ ପୂର୍ବରୁ ଚେନ୍ନାଇ ଲାଗତାର ଦୁଇଟି ମ।।ଚରେ ପରାଜୟକୁ ସାମ୍ନା କରିଛି । ପ୍ରଥମ ମ।।ଚରେ ଅମ୍ବାତି ରାଇଡୁ ଖେଳିଥିଲେ । ଏହି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ମ୍ୟାଚରେ ୭୧ ରନ କରିଥିଲେ । ହେଲେ ଏହା ପରେ ରାଇଡୁ ଆହତ ଯୋଗୁଁ ଦୁଇଟି ମ୍ୟାଚ ଖେଳିପାରି ନାହାନ୍ତି । ସେହିପରି ବ୍ରାଭୋ ମଧ୍ୟ ଚଳିତ ଆଇପିଏଲରେ କୌଣସି ବି ମ୍ୟାଚ ଖେଳି ନାହାନ୍ତି ।

ତେବେ ଆଜି ଚେନ୍ନାଇ ଏହି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରି ଜିତିବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ଯଦି ବ୍ରାଭୋ ଓ ସାମସନ ଦଳରେ ସାମିଲ ଦୁଅନ୍ତି ତେବେ ଋତୁରାଜ ଗାଏକ୍ୱାର୍ଡ ଓ ସାମ କୁରାନ ବସିପାରନ୍ତି ।

ସେହିପରି ହାଇଦ୍ରାବାଦ ଦଳ ମଧ୍ୟ ଏହି ମ୍ୟାଚ ପାଇଁ ପୂରା ପ୍ରସ୍ତୁତ ହୋଇ ରହିଛି । ହାଇଦ୍ରାବାଦ ମଧ୍ୟ ୩ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସାମ୍ନା କରିଛି । ତେଣୁ ଏହି ମ୍ୟାଚରେ ଦଳ ନିଜ ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିବ । ଦଳରେ ଜନି ବେୟରଷ୍ଟୋ, ୱାର୍ଣ୍ଣରଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି ।