ଶନିବାର ମୁମ୍ବାଇ ପୋଲିସ୍ ୱାନଖେଡ଼େ ଷ୍ଟାଡିୟମ୍ ରେ ଆଇପିଏଲ୍ ୨୦୧୯ ରେ କୌଣସି ବିପଦ ନଥିବା କଥା ସ୍ପଷ୍ଟ କରିଥିଲେ । ଆଇପିଏଲ୍ ମ୍ୟାଚ୍ ସମୟରେ ଷ୍ଟାଡିୟମ୍ ରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣକୁ ନେଇ ଶୁକ୍ରବାର ଗୁ୍ଜବ ପ୍ରସାରିତ ହୋଇଥିଲା । ଏହି ଗୁଜବ କାରଣରୁ ମୁମ୍ବାଇ ଇଣ୍ଡିୟାନ୍ସ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିଥିବା ଦର୍ଶକଙ୍କ ଉପରେ ଏହାର ପ୍ରଭାବ ପଡିଥିଲା । କିନ୍ତୁ ଏହା ଏବେ ଏକ ଗୁଜବ ବୋଲି ଜଣାପଡିଛି । ଏହି ମୁକାବିଲା ଅପରାହ୍ନ ୪ ଟା ବେଳେ ଆରମ୍ଭ ହେବ । ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ୱାନଖେଡ଼େ ଷ୍ଟାଡିୟମ୍ ରେ ଆଜି ଏହି ମୁକାବିଲା ହେବାକୁ ଯାଉଛି ।
ମୁମ୍ବାଇ ପୋଲିସ୍ ପିଆରଓ,ଡିସିପି ମଂଜୁନାଥ ସେନଗେ ସ୍ପଷ୍ଟ କରିଥିଲେ ଯେ ଏହା କେବଳ ଏକ ଗୁଜବ । ସେ କହିଥିଲେ କୌଣସି ଆକ୍ରମଣର ସଂବନ୍ଧରେ ଏଜେନ୍ସି ପାଖରେ କୌଣସି ସୁଚନା ନାହିଁ । ପୋଲିସ୍ ସୂତ୍ର ଅନୁସାରେ ଏହା ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍ ପାଇଁ ହେଉଥିବା ଭିଡକୁ ଦେଖି ଏଭଳି ଗୁଜବ କେହି ପ୍ରସାରିତ କରିଥାଇପାରନ୍ତି । ମୁମ୍ବାଇ ପୋଲିସର ଏହି ସ୍ପଷ୍ଟୀକରଣ କ୍ରିକେଟ୍ ପ୍ରଶଂସକ-ଖେଳାଳୀଙ୍କ ଛଡା ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ଆଇପିଏଲ୍ ପ୍ରବନ୍ଧନ ପାଇଁ ଏକ ଚିନ୍ତାମୁକ୍ତ ବିଷୟ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/MCG.jpg)
/kanak/media/post_attachments/wp-content/uploads/2019/04/file745btjp7hkwaq80c2c9-1550627740-300x165.jpg)