କନକ ବ୍ୟୁରୋ: ସୁପରସନଡେର ଆଜି ସୁପର ମୁକାବିଲା । ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ମୁମ୍ୱାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ । କିଏ ମାରିବ ବାଜି ତାହା ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର । ଅଷ୍ଟମ ଥର ପାଇଁ ଚେନ୍ନାଇ ଫାଇନାଲକୁ ପ୍ରବେଶ କରିଛି । ସେହିପରି ମୁମ୍ବାଇ ପଂଚମ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି । ପୂର୍ବରୁ ଉଭୟ ଦଳ ୩ ଥର ଲେଖାଏଁ ଆଇପିଏଲ ଟ୍ରଫି ବିଜୟୀ ହୋଇଛିବା ଦୁଇ ଟିମ୍ ଏଥର ଟାଇଟଲ ଆଶାରେ ଅଛନ୍ତି ।
ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ରେ ଏବଂ ମୁମ୍ବାଇ ୨୦୧୩,୨୦୧୫ ଓ ୨୦୧୭ରେ ଟ୍ରଫି ହାତେଇଥିଲା । ସବୁଠାରୁ ବଡ କଥା ହେଉଛି ଚଳିତ ସିଜିନରେ ଉଭୟ ଦଳ ୩ଥର ମୁହାଁମୁହିଁ ହୋଇଛନ୍ତି । ଆଉ ସବୁଥର ମୁମ୍ବାଇ ଟିମ ବାଜି ମାରି ନେଇଛି । ଗୋଟିଏ ପଟେ ଅଭିଜ୍ଞ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଓ ଅନ୍ୟପଟେ ଜଣେ ଭଲ ମେଂଟର ଭାବେ ଜଣାଶୁଣା ରୋହିତ । ତେଣୁ ଏହି ଫାଇନାଲ ମ୍ୟାଚ ବେଶ୍ ରୋଚକ ହେବ । ଆଜି ସନ୍ଧ୍ୟା ୭ଟା ୩୦ଖେଳାଯିବ ଏହି ହାଇ ଭୋଲଟେଜ ମ୍ୟାଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/1-1.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-12-09h13m55s790-300x169.png)