ପାଖଉଛି ସମୟ, ବଢୁଛି ଉତ୍କଣ୍ଠା । କିଏ ପିନ୍ଧିବ ଆଇପିଏଲ୍ ୨୦୧୯ର ତାଜ୍ ? ଚତୁର୍ଥ ଫାଇନାଲରେ ଚତୁର୍ଥ ଟ୍ରଫି ପାଇଁ ଲଢିବେ ଚେନ୍ନାଇ-ମୁମ୍ବାଇ ।

124

କନକ ବ୍ୟୁରୋ : ଆଇପିଏଲ ୨୦୧୯ର ଫାଇନାଲ ଫାଇଟ୍ । ଗୋଟିଏ ପଟେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ ଇଣ୍ଡିଆନ୍ସ । ସୁପରସଣ୍ଡେରେ ଆଜି ସୁପର ମୁକାବିଲା । ଅପେକ୍ଷା କରିଛି ରହିଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମ । ରାତି ୭ଟା ୩୦ରେ ହେବ ମହାଲଢେଇ । ଯେତେବେଳେ ମୁହାଁମୁହିଁ ହେବେ ଆଇପିଏଲର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ଏବଂ ମୁମ୍ବାଇ ।

ପୂର୍ବରୁ ୩ ଥର ଫାଇନାଲରେ ମୁହାଁମୁହିଁ ହୋଇଥିବାରୁ ଚତୁର୍ଥ ଥର ମଧ୍ୟ ଟାଇଟଲ୍‌ ଲଢ଼େଇରେ ଅବତୀର୍ଣ୍ଣ ହେବେ ଏହି ଦୁଇ ଦଳ । ଫାଇନାଲ୍ ଲଢ଼େଇରେ କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ ଇଣ୍ଡିଆନ୍ସ  ୨ ଥର ବିଜେତା ରହିଛନ୍ତି । ସେହିଭଳି ଚଳିତ ଋତୁରେ ୩ ଥର ମୁକାବିଲା କରି ପ୍ରତି ଥର ଜିତିଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ ଏହାକୁ ୪-୦ରେ ରଖି ଚତୁର୍ଥ ଥର ଟ୍ରଫି ଜିତୁ ବୋଲି ଆଶା ବାନ୍ଧିଛନ୍ତି ।

ଚେନ୍ନାଇ ସୁପର୍ କିଙ୍ଗସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, ସେନ୍ ୱାଟସନ୍, ଫାପ ଡୁ ପ୍ଲେସିସ, ମୁରଲୀ ବିଜୟ, ରବୀନ୍ଦ୍ର ଜାଦେଜା, ଧୃବ ସୋରେ, ଚୈତନ୍ୟ ବିଶୋଇ, ଋତୁରାଜ ଗାଏକ୍ବାଡ, ଡ୍ବାନ୍ ବ୍ରାଭୋ, କର୍ନ ଶର୍ମା, ଇମ୍ରାନ ତାହିର, ହରଭଜନ ସିଂହ, ମିଚେଲ୍ ସାଣ୍ଟନର୍, ସାର୍ଦୁଲ ଠାକୁର, ମୋହିତ ଶର୍ମା, କେଏମ୍‌ ଅସିଫ, ଦୀପକ ଚହର, ଏନ ଜଗଦୀଶାନ, ସ୍କଟ କଗଲିନ୍।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଯୁବରାଜ ସିଂହ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ମିଚେଲ୍ ମ୍ୟାକ୍ଲିନାଘନ, ମୟଙ୍କ ମାର୍କଣ୍ଡ, ରାହୁଲ ଚହର, ଯଶପ୍ରୀତ୍ ବୁମରା, ଅନମୋଲପ୍ରୀତ୍ ସିଂହ, ସିଦେଶ ଲାଡ୍‌, ଅନୁକୂଳ ରୟ, ଏଭିନ ଲୁଇସ୍, ପଙ୍କଜ ଜୟସ୍ବାଲ, ବେନ୍ କଟିଂ, ଈଶାନ କିଷନ, ଆଦିତ୍ୟ ତାରେ, ରସିକ ସଲାମ, ବରିନ୍ଦର ସ୍ରନ, ଜୟନ୍ତ ଯାଦବ, ବିଉରନ୍‌ ହେଣ୍ଡ୍ରିକ୍ସ ଏବଂ ଲସିଥ୍ ମାଲିଙ୍ଗା ।