ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ କରି ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍ ! ୩ ବଲରେ ୨ ଅବିଶ୍ୱସନୀୟ ଷ୍ଟମ୍ପିଙ୍ଗ୍ , ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଚାରିଆଡେ ଧୋନିଙ୍କ ଜୟ ଜୟକାର

634

ଚେନ୍ନାଇ ସୁପର୍ କିଙ୍ଗସ୍ ବୁଧବାର ଏମଏ.ଚିଦମ୍ବରମ୍ ଷ୍ଟାଡିୟମ୍ ରେ ଖେଳାଯାଇଥିବା ଆଇପିଏଲ୍ ୧୨ ତମ ସଂସ୍କରଣ ମ୍ୟାଚରେ ଦିଲ୍ଲୀ କ୍ୟାପିଟଲକୁ୍ସ ୮୦ ରନ୍ ରେ ହରାଇ ପୁଣିଥରେ ୮ ଟିମ୍ ର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଚେନ୍ନାଇର ଏହି ବିଜୟର ହିରୋ ସୁରେଶ୍ ରୈନା (୫୯) ,ଲେଗ୍ ସ୍ପିରନ୍ ଇମରାନ୍ ତାହିର (୧୨-୪) ଏବଂ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି (୪୪) ଥିଲେ । ରୈନା ଏବଂ ଧୋନିଙ୍କ ଦମରେ ଚେନ୍ନାଇ ଖୁବ୍ କ୍ଷିପ୍ର ଗତିରୁ ଆରମ୍ଭ କରିଥିବା ଖେଳକୁ ୨୦ ଓଭରରେ ୪ ୱିକେଟ୍ ଗଡାଇ ୧୭୯ ରନ୍ କରିଥିଲା । ଗତକାଲି ରାତିରେ ଧୋନି ଏଭଳି ୱିକେଟ୍ କିପିଙ୍ଗ୍ କରିଥିଲେ ଯେଉଁଥିରେ ସେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ ।

୧୮୦ ରନ୍ ଲକ୍ଷ ପିଛା କରି ଦିଲ୍ଲ୍ୀ ଟିମ୍ ୧୧ ଓଭର ପରେ ୮୩ ରନରେ ୬ ୱିକେଟ୍ ହରାଇ ଖେଳୁଥିଲେ । ପିଚ୍ ର ଗୋଟିଏ ପଟେ କ୍ୟାପଟେନ୍ ଶ୍ରେୟସ୍ ଅୟର ଥିବା ବେଳେ ଅନ୍ୟ ପଟେ କ୍ରିସ୍ ମୋରିସ୍ ବ୍ୟାଟିଙ୍ଗ୍ କରୁଥିଲେ । ରବିନ୍ଦ୍ର ଜାଡେଜାଙ୍କ ଓଭରର ୪ ର୍ଥ ବଲରେ ମେରିସ୍ ଷ୍ଟ୍ରାଇକ୍ ଥିଲେ । ସେ ବଲ୍ କୁ ରୋକିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବଲ୍ ଧୋନିଙ୍କ ଆଡକୁ ଚାଲିଯାଇଥିଲା । ଠିକ୍ ସେତେବେଳେ ମେରିସଙ୍କ ସାମାନ୍ୟ ରୁପରେ ଗୋଡ ଉପରକୁ ଉଠିଥିଲା । ଏହି ସମୟରେ ଧୋନି ବେଲ୍ସ ଉଠାଇବାରେ ସଫଳ ହୋଇଯାଇଥିଲେ । ଥାର୍ଡ ଅମ୍ପେୟାର୍ ଯେତେବେଳେ ଦେଖାଯାଇଥିଲା ଏହା ଏକ ଅବିଶ୍ୱସନୀୟ ଭଳି ଲାଗିଥିଲା । ଏହି ଷ୍ଟମ୍ପ ପରେ ଧୋନିଙ୍କ ଚାରିଆଡେ ଖୁବ୍ ପ୍ରଶଂସା କରାଯାଉଛି । ସୋସିଆଲ୍ ମିଡିଆରେ ଧୋନିଙ୍କ ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ କୁ ଖୁବ୍ ଭାଇରାଲ୍ କରାଯାଉଛି ।