କାଲିଠୁ ଆରମ୍ଭ ଆଇପିଏଲ୍ ! ହେବନି ଉଦଘାଟନ୍ ସମାରୋହ, ଚେନ୍ନାଇରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନୀ-କୋହଲି । 

Advertisment
କାଲିଠୁ ଆରମ୍ଭ ଆଇପିଏଲ୍ ! ହେବନି ଉଦଘାଟନ୍ ସମାରୋହ, ଚେନ୍ନାଇରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନୀ-କୋହଲି । 

Image Courtesy - bddiganta.com

କନକ ବ୍ୟୁରୋ : କ୍ରିକେଟ୍ ଇତିହାସର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ତଥା କ୍ରିକେଟର ପର୍ବ ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ୫୧ ଦିନ ଧରି ଚାଲିବାକୁ ଥିବା କ୍ରିକେଟ୍ ଯୁଦ୍ଧରେ ଦେଶୀ ସହ ବିଦେଶୀ ଖେଳାଳିଙ୍କ ଯାଦୁ ଦେଖିବାକୁ ମିଳିବ। ଏଥର ପ୍ରଥମ ମ୍ୟାଚରୁ ହିଁ ଜୋରଦାର ଲଢ଼େଇ ହେବ। ଉଦଘାଟନୀ ମୁକାବିଲାରେ ଭାରତୀୟ କ୍ରିକେଟର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚରେ କାଲି ଚେନ୍ନାଇର ଏମ୍.ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଡିଫେଣ୍ଡିଙ୍ଗ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗସ ବେଶ୍ ସନ୍ତୁଳିତ ଦଳ। ଏହି ଦଳରେ ସେନ୍ ୱାଟସନ୍, ଫାଫ୍ ଡୁ ପ୍ଲେସିସଙ୍କ ଭଳି ବିଦେଶୀ ଖେଳାଳି ଥିଲା ବେଳେ ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ସୁରେଶ ରାଇନାଙ୍କ ଭଳି ଦେଶୀ ଖେଳାଳି ଅଛନ୍ତି । ରବୀନ୍ଦ୍ର ଜାଦେଜା, ଡ୍ବେନ୍ ବ୍ରାଭୋ, ଡେୱିଡ୍ ୱିଲି ଓ ମିଚେଲ ସାଣ୍ଟନରଙ୍କ ରୁପରେ ଏକାଧିକ ଦକ୍ଷ ଅଲରାଉଣ୍ଡର ମଧ୍ୟ ରହିଛନ୍ତି। ବୋଲିଂ ବିଭାଗ ହରଭଜନ ସିଂହ, କର୍ଣ୍ଣ ଶର୍ମା, ମୋହିତ ଶର୍ମା, ସାର୍ଦୁଲ ଠାକୁର, ଇମ୍ରାନ୍ ତାହିର ଏବଂ ଲୁଙ୍ଗି ଏନଗିଡ଼ିଙ୍କ ଭଳି ବୋଲରଙ୍କୁ ନେଇ ସମୃଦ୍ଧ। ତିନି ଥର ବିଜେତା ଏବଂ ଚାରି ଥର ଉପ ବିଜେତା ହେବା ସହ ପ୍ରତିଥର ପ୍ଲେ ଅଫ୍ ଖେଳିଥିବା ଚେନ୍ନାଇ ପାଇଁ ବେଙ୍ଗାଲୁରୁର ବ୍ୟାଟିଂ ଦକ୍ଷତା ମୁଖ୍ୟ ସମସ୍ୟା ହେବ। ନିକଟ ଅତୀତରେ କମ୍ ଅନ୍ତର୍ଜାତୀୟ ଅଭିଜ୍ଞତା, ଦ୍ରୁତ ବୋଲିଂ ଏବଂ ସ୍ପିନ୍ ବିଭାଗ ଧୋନିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ।

publive-imageସେପଟେ ବ୍ୟାଟିଂ ବିଭାଗରେ ବେଶ୍ ଶକ୍ତିଶାଳୀ ବେଙ୍ଗାଲୁରୁ ପଞ୍ଚମ ବୋଲର ବିକଳ୍ପ ଅଭାବକୁ ଅନୁଭବ କରିପାରେ। ଏହି ଦଳରେ କେତେକ ଭଲ ଅଲରାଉଣ୍ଡର ଥିଲେ ମଧ୍ୟ ଅଧିକାଂଶ ହେଉଛନ୍ତି ବ୍ୟାଟିଂ ଅଲରାଉଣ୍ଡର । କୋହଲିଙ୍କ ସହ ଏବି ଡିଭିଲିୟର୍ସ, ସିମରନ୍ ହେଟମେୟର, ମାର୍କସ ଷ୍ଟୋଇନିସ୍, ନାଥନ କୁଲଟର ନାଇଲଙ୍କ ଭଳି ଖେଳାଳି ଥିବାରୁ ବ୍ୟାଟିଂରେ ବେଙ୍ଗାଲୁରୁ ଚେନ୍ନାଇଠାରୁ ଟିକିଏ ଆଗୁଆ ରହିବ । ଗ୍ୟାରି କର୍ଷ୍ଟନ ଓ ଆଶିଷ ନେହରା ଦଳର ପ୍ରଶିକ୍ଷକ ରହିଛନ୍ତି । ପାର୍ଥିବ ପଟେଲ, ସେନ୍ ୱାଟସନ୍, କର୍ଣ୍ଣ ଶର୍ମାଙ୍କ ଭଳି ଖେଳାଳି ଉଭୟ ଦଳରୁ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ପ୍ଲେମିଂ ଚେନ୍ନାଇର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି ।

ସମ୍ଭାବ୍ୟ ଆରସିବି: ବିରାଟ କୋହଲି (ଅଧିନାୟକ), ପାର୍ଥିବ ପଟେଲ, ମାର୍କସ୍ ଷ୍ଟୋଇନିସ୍, ଏବି ଡି’ଭିଲିୟର୍ସ, ସିମରନ୍ ହେଟମେୟର, ଶିବମ୍ ଦୁବେ, ନାଥନ କୁଲଟର ନାଇଲ୍, ୱାସିଂଟନ ସୁନ୍ଦର, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ।

ସମ୍ଭାବ୍ୟ ସିଏସକେ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଫାଫ୍ ଡୁ ପ୍ଲେସିସ୍, ସେନ୍ ୱାଟସନ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଦାର ଯାଦବ, ଡ୍ବେନ୍ ବ୍ରାଭୋ, ରବୀନ୍ଦ୍ର ଜାଦେଜା, ହରଭଜନ ସିଂହ, ମୋହିତ ଶର୍ମା, ଲୁଙ୍ଗି ଏନଗିଡ଼ି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe