କଳାହାଣ୍ଡି: କଳାହାଣ୍ଡିକୁ ଆରମ୍ଭ ହୋଇଛି ପ୍ରଥମ ବିମାନ ସେବା । ପ୍ରଥମ ଦିନରେ କଳାହାଣ୍ଡିର ଉକ୍ରେଲା ଏୟାରଷ୍ଟ୍ରିପରେ ଅବତରଣ କରିଛି ଏୟାର ଓଡିଶାର କାରାଭାନ ବିମାନ । ଆଉ ଏହାପରେ ଗରିବି ଅନାଟନ ଓ ଅନାହାରକୁ ନେଇ ଚର୍ଚ୍ଚାରେ ଥିବା କଳାହାଣ୍ଡିବାସୀଙ୍କ ପାଇଁ ସୃଷ୍ଟି ହୋଇଛି ଯୋଗାଯୋଗ ଓ ଗମନାଗମନର ଏକ ନୂଆ ଆଶା ।
ଏଣିକି କଳାହାଣ୍ଡିରୁ ଭୁବନେଶ୍ୱରର ୪୫୦ କିଲୋମିଟର ଯାତ୍ରାକୁ ଘଂଟାକ ଭିତରେ ପୂରଣ କରିପାରିବେ କଳାହାଣ୍ଡିବାସୀ । ଏଥିପାଇଁ ଯାତ୍ରୀଙ୍କୁ ୨୫୦୦ରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଦେବାକୁ ପଡିବ । ରାସ୍ତାମାର୍ଗରେ ଭୁବନେଶ୍ୱର ପହଁଚିବା କୁ ହେଲେ ଗୋଟିଏ ରାତି ସମୟ ଲାଗିଥାଏ କଳାଣ୍ଡିବାସୀଙ୍କୁ । ଟ୍ରେନ ସୁବିଧା ମଧ୍ୟ ବିଶେଷ ନାହିଁ । ରାଜଧାନୀରୁ କଳାହାଣ୍ଡିକୁ ଚାଲିଥାଏ କେବଳ ଗୋଟିଏ ଟ୍ରେନ । ହେଲେ ଏଣିକି ସପ୍ତାହକୁ ୬ଦିନ ଚାଲିବ ଏହି ବିମାନ ସେବା ।
ଏୟାର ଓଡିଶାର ଏହି ପ୍ରଥମ ଯାତ୍ରାରେ ସାମିଲ ହୋଇଥିଲେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଆଉ ଏହି ପ୍ରଥମ ଉଡାଣର ପ୍ରତିଟି ମୂହୁର୍ତକୁ କଏଦ କରିଥିଲା କନକ ନ୍ୟୁଜ୍ କ୍ୟାମେରା ଟିମ ।
କଳାହାଣ୍ଡିକୁ ବିମାନ ଉଡାଣ ପରେ ଜରୁରୀକାଳୀନ ସମ୍ପର୍କ ସହଜ ହେବ ସତ । କିନ୍ତୁ ଦାରିଦ୍ରତା ସହ ସଙ୍ଘର୍ଷ କରୁଥିବା କଳାହାଣ୍ଡି ଜିଲ୍ଲାର ମଧ୍ୟବିତ ଓ ଗରିବଙ୍କ ପାଇଁ ଏହା କେତେ ଲାଭ ଦାୟକ ହେବ ତାହା ହିଁ ସବୁଠୁ ବଡ ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/04/AIR-odisha.png)