କନକ ବ୍ୟୁରୋ : ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏଁ ପାରାଦୀପ ଆଇଓସିଏଲ୍ ସଟଡାଉନ୍ ହେବ । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । କମ୍ପାନୀର ମରାମତି କାରଣରୁ ୨୨ ଦିନ ପାଇଁ କାରଖାନାକୁ ସଟଡାଉନ କରାଯିବ । ୨୦୧୮ ମାର୍ଚ ମାସରୁ କାରଖାନାର ମରାମତି କାମ ହୋଇନି । ଏହାକୁ ସଟଡାଉନ୍ କରାଯାଇ ଇଂଜିନିୟରଙ୍କ ଜରିଆରେ ଏହାର ମରାମତି କାମ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ମରାମତି ସମୟରେ କାରଖାନାରେ ଆଖପାଖ ଅଂଚଳର ଯେଉଁ ଶ୍ରମିକ ନିୟୋଜିତ ହେବେ ସମସ୍ତଙ୍କୁ ମାସ୍କ , ଗ୍ଲୋବସ୍ ଏବଂ ସାନିଟାଇଜର ବ୍ୟବହାର କରି କରୋନା କଟକଣା ପାଳନ କରିବାକୁ କୁହାଯାଇଛି ।
ସଟଡାଉନ୍ ସମୟରେ କମ୍ପାନୀ ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯିବ । ବନ୍ଦ ରହିବ କମ୍ପାନୀ ଆଖପାଖ ଦୋକାନ ବଜାର । ଏହି ନିଷ୍ପତିକୁ ସମସ୍ତ ଜନସାଧାରଣଙ୍କୁ ସହ ଯୋଗ କରିବାକୁ ନିବେଦନ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/EdMY3Z-XgAAFEtU.png)